କେରଳ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତରଙ୍କ ମୃତଦେହ ଠାବ

ଆଉ ଜଣେ ଡାକ୍ତର ନିଖୋଜ

କେରଳ, ୩୧/୦୭: କେରଳ ୱାୟନାଡରେ ତାଣ୍ଡବ ରଚିଥିବା ଭୂସ୍ଖଳନରେ ସୂଚନା ମୃତ୍ୟୁ ସଂଖ୍ୟା। ଧିରେ ଧିରେ ବଢି ଚାଲିଛି ମୃତ୍ୟୁସଂଖ୍ୟା। ଏବେ ଯାଏଁ ୧୫୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୨୦ରୁ ଅଧିକ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ବି ଆହୁରି ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି।

ଅନ୍ୟପଟେ କେରଳ ଭୂସ୍ଖଳନରେ ନିଖୋଜ ଥିବା ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି। ଚୌଦ୍ୱାର ହାଉସିଂବୋର୍ଡ ଫେଜ୍‌‌-୨ କଲୋନୀରେ ରହୁଥିବା ଯୁବ ଡାକ୍ତର ଡା. ବିଷ୍ଣୁୁ ପ୍ରସାଦ ଚିନାରାଙ୍କୁ ଉଦ୍ଧାର କରାଯାଇଛି ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାଏଁ କୌଣସି ପତ୍ତା ମିଳି ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମୃତଦେହକୁ ପୁନଃ ଚିହ୍ନଟ ପାଇଁ ଓଡିଶାରୁ ଦୁଇ ଅଧିକାରୀଙ୍କୁ କେରଳ ପଠାଯାଇଛି। ଚିହ୍ନଟ ପରେ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯିବ।