ନିଟ୍ ୟୁଜି ପରୀକ୍ଷା ପୁନଃ ଆବେଦନ ପରୀକ୍ଷା ଖାରଜ

ନିଟ୍ ୟୁଜି ପରୀକ୍ଷା ପେପର ଲିକ୍ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ହୋଇନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୨/୦୮: ନିଟ୍ ୟୁଜି ପରୀକ୍ଷା ପେପର ଲିକ୍ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ନିଟ୍ ୟୁଜି ପୁନଃ ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଏନଟିଏ ବିଶେଷଜ୍ଞ କମିଟି ପରୀକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ଦରକାର। ଭବିଷ୍ୟତରେ ଏପରି ସମସ୍ୟାର ପୁନରାବୃତ୍ତି ନ ହେବା ପାଇଁ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ଏବେ ଠାରୁ ହିଁ ସଂଶୋଧନ କରିବା ଉଚିତ୍। ବଡ ଧରଣର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। କେବଳ ଦୁଇଟି ସହର ପାଟନା ଓ ହଜାରୀବାଗ ମଧ୍ୟରେ ଲିକ୍ ହୋଇଥିବାର ଅଭିଯୋଗ ଆସିଛି। ସେଥିପାଇଁ ସମ୍ପୂର୍ଣ୍ଣ ଦେଶରେ ନିଟ୍ ପରୀକ୍ଷା ବାତିଲ କରିବା ସମ୍ଭବ ନୁହେଁ। ଆଶାୟୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ। ନିଟ୍ ପରୀକ୍ଷା ସେଣ୍ଟର ଗୁଡ଼ିକରେ ସିସିଟିଭି କ୍ୟାମେରା ଲାଗିବା ଦରକାର। ଆଇଆଇଟି ଦିଲ୍ଲୀ ପକ୍ଷରୁ ଦିଆ ଯାଇଥିବା ଉତ୍ତର ଠିକ୍ ରହିଛି। ତେଣୁ ଏନଟିଏର ତ୍ରୁଟିକୁ ବିଚାରକୁ ନିଆ ଯାଇଛି। ତେଣୁ କମିଟି ଏହାକୁ ଚିହ୍ନଟ କରି ସଂଶୋଧନ କରିବା ଉଚିତ୍।