ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ଵ

୧୯୯୧ ବ୍ୟାଚର ଏଜିଏମୟୁଟି କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର ହେଉଛନ୍ତି ରଶ୍ମି ରଞ୍ଜନ ସ୍ୱାଇଁ।

ଜାମ୍ମୁ-କଶ୍ମୀର ଡିଜିପି ହେଲେ ରଶ୍ମୀ ରଞ୍ଜନ ସ୍ୱାଇଁ

ନୂଆଦିଲ୍ଲୀ, ୭/୮: ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି କେନ୍ଦ୍ର ସରକାର। ୧୯୯୧ ବ୍ୟାଚର ଏଜିଏମୟୁଟି କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁ-କଶ୍ମୀରର ନୂଆ ପୋଲିସ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏହା ପୂର୍ବରୁ ପୋଲିସ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ରଶ୍ମୀ ରଞ୍ଜନ। ଏହା ସହ ଶ୍ରୀନଗର ଓ ଜମ୍ମୁରେ ଏସ୍ଏସପି ମଧ୍ୟ ରହି ଆସିଛନ୍ତି। ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ଜମ୍ମୁରେ ଏସ୍ଏସପି ଦାୟିତ୍ୱରେ ରହିଥିଲେ ରଶ୍ମି।