ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା

ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୪/୮: ନିଜ ପଦବୀର ମର୍ଯ୍ୟାଦା ରଖି ଉତ୍କୃଷ୍ଟମାନର ସେବା ପ୍ରଦାନ କରିଥିବାରୁ ଦେଶର ପୋଲିସ ଅଧିକାରୀଙ୍କୁ ମିଳିବ ମେଡାଲ। ୨୦୨୪ ସ୍ୱାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ଦିଆଯିବ ସାହସିକତା ଓ ସେବା ପଦକ। ପଦକ ପ୍ରଦାନ କରିବେ ରାଷ୍ଟ୍ରପତି। ଏଥିପାଇଁ ପଦକ ତାଲିକା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଓଡ଼ିଶାରୁ ୧୫ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ୧୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ସାହସିକତା ପୁରସ୍କାର ଏବଂ ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ଏଡିଜି ସୁରେଶ ଦେବଦତ୍ତ ସିଂହ ଓ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ପୁଲିସ, ଅଗ୍ନିଶମ ଓ ହୋମଗାର୍ଡଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।