ଜମ୍ମୁ-କଶ୍ମୀରର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ସେନା କ୍ୟାପଟେନ୍ ସହିଦ

ଜମ୍ମୁ-କଶ୍ମୀର, ୧୪/୮: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ବୁଧବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସେନାର ଜଣେ ଅଧିକାରୀ କ୍ୟାପଟେନ୍ ଦୀପକ ସିଂହ ସହିଦ ହୋଇଛନ୍ତି। ଡୋଡାର ଶିବଗଡ଼-ଆସର ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ମିଳିତ ଟିମ୍ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ସମୟରେ ଏନକାଉଣ୍ଟର ହୋଇଥିଲା।

ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରୁ ଗୋଟିଏ ଏମ୪ ରାଇଫଲ, ବସ୍ତ୍ର ଓ ୩ଟି ରକ୍ସାକ୍ ଜବତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, କ୍ୟାପଟେନ୍ ଦୀପକ ସିଂହ ସେନାର କର୍ପସ୍ ଅଫ୍ ସିଗନାଲର ସଦସ୍ୟ ଥିଲେ ଏବଂ ୪୮ ରାଷ୍ଟ୍ରୀୟ ରାଇଫଲ୍ସରେ ଡେପୁଟେସନରେ ଥିଲେ। ଆତଙ୍କବାଦୀମାନେ ଉଦ୍ଧମପୁର ଅଞ୍ଚଳରେ ଲୁଚି ରହିଥିବା ଜଣା ପଡିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।