କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର, ୧୭/୮: କେନ୍ଦ୍ରାପଡ଼ାର କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚଢ଼ାଉ ବେଳେ ଭୁବନେଶ୍ୱର ଓ କଟକରେ ଦୁଇଟି କୋଠା, ଟ୍ୱିନ୍ ସିଟିରେ ଦୁଇଟି ଦାମୀ ପ୍ଲଟ୍, ୮୫୦ ଗ୍ରାମ ଓଜନର ସୁନା, ୨ କୋଟି ୮୬ ଲକ୍ଷରୁ ଅଧିକ ଜମା ରାଶି, ନଗଦ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡ଼ାର ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଭୁବନେଶ୍ବର ଓ କଟକରେ ଦୁଇଟି ବିଲ୍ଡିଂ ଓ ଦୁଇଟି ଦାମୀ ପ୍ଲଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। କଟକ କଲ୍ୟାଣୀନଗରରେ ଥିବା ଏକ ମହଲା ଘର, ଭୁବନେଶ୍ବରର ଲିଙ୍ଗିପୁରରେ ଥିବା ଦୁଇ ମହଲା କୋଠା, କେନ୍ଦ୍ରାପଡ଼ା ସ୍ଥିତ କାର୍ଯ୍ୟାଳୟ ଏବଂ କଟକ ନୂଆପଡାର ପୈତୃକ ଘରେ ଚଢ଼ାଉ ହୋଇଥିଲା।