ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ

ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ୮ ଜଣ ଶିଶୁ ଓ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ହମାସ କହିଛି।

୧୭ ପାଲେଷ୍ଟାଇନ ନାଗରିକ ମୃତ

ପାଲେଷ୍ଟାଇନ, ୧୭/୮: ପାଲେଷ୍ଟାଇନର ଗାଜା ସିଟି ଉପରେ ପୁଣି ଘନଘନ ଆକ୍ରମଣ କରିଛି ଇସ୍ରାଏଲ। ଗାଜା ସହର ଜାୱାଏଦାରେ ଶନିବାର ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୧୭ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହ ସାଧାରଣ ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଶିଶୁ ଓ ୪ ଜଣ ମହିଳା ଅଛନ୍ତି ବୋଲି ହମାସ ପ୍ରଶାସନ କହିଛି। ଇସ୍ରାଏଲ୍ ସେନା କହିଛି ଯେ ସେମାନେ ଆକ୍ରମଣ ବିଷୟରେ ଅବଗତ ଅଛନ୍ତି ଏବଂ ସେଗୁଡ଼ିକର ଅନୁଧ୍ୟାନ କରୁଛନ୍ତି। ଗତ ୧୦ ମାସ ଧରି ଚାଲିଥିବା ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାର ୨.୩ ନିୟୁତ ଜନସଂଖ୍ୟାମଧ୍ୟରୁ ଅଧିକାଂଶ ବିସ୍ଥାପିତ ହୋଇଛନ୍ତି।