ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ।

୧୦ ସମର୍ଥକଙ୍କ ସହ ରିଟର୍ଣ୍ଣଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର, ୨୧/୮: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ପ୍ରାର୍ଥୀ ମମତା ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିବାର କିଛି ଘଣ୍ଟା ପରେ ଶ୍ରୀ ପ୍ରଧାନ ୧୦ ଜଣ ସମର୍ଥକଙ୍କ ସହ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ୧୦ ଜଣ ସମର୍ଥକଙ୍କ ମଧ୍ୟରେ ଛେଣ୍ଡିପଦା ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିର ସରକାରୀ ପ୍ରାର୍ଥୀ ମମତା ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ।