ପୁଣେରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଆହତ

ଶନିବାର ପୁଣେରେ ୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଉଦ୍ଧାର ଯାତ୍ରୀଙ୍କ ଚିକିତ୍ସା ଜାରି

ମୁମ୍ବାଇ, ୨୪/୮: ଜୁହୁରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ପୁଣେ ଜିଲ୍ଲାର ପୌଡ ଗାଁ ନିକଟରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଡବ୍ଲ୍ୟୁ ୧୩୯ ମଡେଲ ବିଶିଷ୍ଟ ଏହି ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ।

ପୁଣେ ଗ୍ରାମୀଣ ପୋଲିସର ଆରକ୍ଷୀ ଅଧୀକ୍ଷକ ପଙ୍କଜ ଦେଶମୁଖଙ୍କ କହିବାନୁଯାୟୀ ଆହତମାନେ ହେଉଛନ୍ତି ଆନନ୍ଦ କ୍ୟାପ୍ଟେନ୍, ଯିଏକି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଦୀର ଭାଟିଆ, ଅମରଦୀପ ସିଂହ ଏବଂ ଏସପି ରାମଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ ଚଳାଚଳ କମ୍ପାନୀ ଗ୍ଲୋବାଲ ଭେକ୍ଟ୍ରାର ଥିଲା।