ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାର୍ଯ୍ୟରତ ୩ ଶ୍ରମିକ ମୃତ ଜଣେ ଆହତ

ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର

କୁଚିଣ୍ଡା (ଦର୍ଶନ ନ୍ୟୁଜ): ଚାଲିଗଲା ୩ ଅମୁଲ୍ୟ ଜୀବନ | ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି | ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପୋକଡା ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ବସନ୍ତ ଦେହୁରୀ ନିଜର ନିର୍ମାଣାଧୀନ ପାଇଖାନା ଟାଙ୍କିର ସେନଟ୍ରି ଖୋଲିବା ପାଇଁ ନିଜେ ଏବଂ ଶ୍ରମିକ ଭରତ ରଣା, ଦେହୁରୁଣିମାଲ ଗ୍ରାମର ଶ୍ରୀକାନ୍ତ ମୁଣ୍ଡା,ଓ ସିଦ୍ଧାନ୍ତ ମୁଣ୍ଡା କାମ କରୁଥିଲେ | ହେଲେ ପାଇଖାନା ଟାଙ୍କି ଭିତରେ ପଶି ଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି | ଶ୍ରମିକ ମାନେ ଟାଙ୍କି ଭିତରେ ଚେତା ଶୂନ୍ୟ ହୋଇ ପଡିବାରୁ ମାଲିକ ବସନ୍ତ ଦେହୁରୀ ମଧ୍ୟ ଭିତରକୁ ପଶିଥିଲେ | ସେ ମଧ୍ୟ ଭିତରେ ଚେତା ଶୂନ୍ୟ ହୋଇ ପଡିବାରୁ ଖବର ପାଇ ଗ୍ରାମବାସୀ ପାଇଖାନା ଟାଙ୍କିକୁ ଭାଙ୍ଗି ଚାରି ଜଣଙ୍କୁ ଉଦ୍ଧାର କରି ଫାଶୀମାଲ ଡାକ୍ତଖାନାକୁ ଆଣିଥିଲେ, ହେଲେ ଡାକ୍ତର ବସନ୍ତ ଦେହୁରୀ, ଶ୍ରୀକାନ୍ତ ମୁଣ୍ଡା ଓ ଭରତ ରଣାଙ୍କୁ ମୃତ ଘୋଷଣା କରିଥିଲେ। ସିଦ୍ଧାନ୍ତ ମୁଣ୍ଡା ଗୁରୁତର ଥିବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି | ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ଜାମନକିରା ତହସିଲଦାର ପହଂଚି ୨୫ ହଜାର ଲେଖାଏଁ ସହାୟତା ରାଶି ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି |