ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ

ଏନକାଉଣ୍ଟରରେ ୯ ନକ୍ସଲ ନିହତ

ଛତିଶଗଡ଼, ୦୩/୦୯: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଓ ବିଜାପୁର ଜିଲ୍ଲା ମଧ୍ୟରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି। ପଶ୍ଚିମ ବସ୍ତର ଡିଭିଜନରେ ପ୍ରାୟ ୪୦ ଜଣ ନକ୍ସଲ ଲୁଚି ରହିଥିବା ଖବର ପାଇବା ପରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମିଳିତ ଅପରେସନ ହୋଇଥିଲା। ପୁରଙ୍ଗେଲ ଓ ଆନ୍ଦ୍ରି ଜଙ୍ଗଲରେ ଥିବା ଲୋହା ଗାଁରେ ମଙ୍ଗଳବାର ଦିନ ୧୦ଟା ୩୦ମିନିଟ୍ ସମୟରେ ଏହି ଅପରେସନରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏସଏଲଆର, ଗୋଟିଏ ୩୦୩ ରାଇଫଲ ଓ ୩୧୫ ବୋର ରାଇଫଲ ଜବତ କରାଯାଇଛି। ତେବେ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଜଣାପଡ଼ିଛି।