ଓଡ଼ିଶାରେ ଗଡିଲା ଆଉ ୨ ବନ୍ଦେ ଭାରତ ଏକ୍ସପ୍ରେସ୍

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୬ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ଭୁବନେଶ୍ବର, ୧୫/୦୯: ଆଜି ସାରା ଦେଶରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡ଼ିଓ କନଫରେନ୍ସିଂ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଓଡ଼ିଶାର ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି। ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ରାଉରକେଲା ରେଳ ଷ୍ଟେସନରୁ ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ରାଜ୍ୟପାଳ ରଘୁବର ଦାସ ।

ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ୍ କେନ୍ଦୁଝରଗଡ଼ ଦେଇ ବ୍ରହ୍ମପୁରରୁ ସକାଳ ୫ଟା ୧୫ରେ ଟାଟା ଅଭିମୁଖେ ବାହାରିବ ଏବଂ ଫେରିବା ଦିଗରେ ଟାଟାରୁ ବ୍ରହ୍ମପୁର ଅଭିମୁଖେ ୧୪ଟା ୫୦ରେ ଛାଡ଼ିବ।