ଆତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ଆପ୍ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଆତିଶୀ

ନୂଆଦିଲ୍ଲୀ, ୧୭/୦୯: ଦିଲ୍ଲୀ ରାଜନୀତିରେ ଦେଖାଦେଇଛି ନୂଆ ମୋଡ। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା ସିଂ। ସର୍ବସହମ୍ମତିରେ ଆପ୍ ବିଧାୟକ ଦଳ ବୈଠକରେ ମନୋନୀତ ହେଲେ ଆତିଶୀ। ଆତିଶୀ ବର୍ତ୍ତମାନ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଥିବା ବେଳେ ୫ଟି ପ୍ରମୁଖ ବିଭାଗର ଦାୟିତ୍ୱରେ ଅଛନ୍ତି। ଆପର ସଙ୍କଟ ସମୟରେ ୧୪ଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ ଆତିଶୀ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ଶପଥ ଗ୍ରହଣ କରିବେ ନାହିଁ। ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସୂଚନା ମିଳିଛି। ଆଜି ବର୍ତ୍ତମାନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବେ। ଆଗାମୀ ୫ ମାସ ଯାଏଁ ନିର୍ବାଚନ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ଆତିଶୀ। ଆପ୍ ବିଧାୟକ ଦଳ ନେତା ଭାବେ ମଧ୍ୟ ଆତିଶୀ ନିର୍ବାଚିତ ହୋଇଛନ୍ତି।