ବାବା ସିଦ୍ଦିକି ହତ୍ୟା ମାମଲା: ନବି ମୁମ୍ବାଇରୁ ଗିରଫ ହେଲା ସ୍କ୍ରାପ ଡିଲର

୧୦କୁ ପହଞ୍ଚିଲା ଗିରଫଦାରୀ ସଂଖ୍ୟା

ମୁମ୍ବାଇ, ୨୦/୧୦: ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଜଣେ ସ୍କ୍ରାପ ଡିଲର। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ କରି ରବିବାର ନବି ମୁମ୍ବାଇର ଜଣେ ସ୍କ୍ରାପ୍ ଡିଲରଙ୍କୁ ଗୁଳିଚାଳକଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜସ୍ଥାନ ଉଦୟପୁରର ଭାଗବତ ସିଂହ ଓମ୍ ସିଂହ (୩୨) ଏବଂ ସେ ବର୍ତ୍ତମାନ ନଭି ମୁମ୍ବାଇରେ ରହୁଛନ୍ତି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଅକ୍ଟୋବର ୨୬ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କ ପୁଅ ଜିସାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରୁ ଏହି ହତ୍ୟା ମାମଲାରେ ସମ୍ପୃକ୍ତ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଗଲାଣି।