ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ: ୭୫ ବର୍ଷ ପୁର୍ତ୍ତି ଓ ୭୬ତମ ବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ନବମ ଥର ପାଇଁ ଉଦବୋଧନ ଦେଇଛନ୍ତି। ଏହି ଉଦବୋଧନ ସେ ସମୟରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତିଯେ ଆମ ଦେଶରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବାକୁ ଯାଉଛି।

ମେଡ-ଇନ-ଇଣ୍ଡିଆକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଭାରତରେ ପ୍ରଯୁକ୍ତ ବିଦ୍ୟାର ସମୟ। ଏବେ ଭାରତ ସରକାର ଭାରତର ଗ୍ରାମୀଣ ଓ ସହରୀ ଅଞ୍ଚଳ ମଧ୍ୟରେ ଇଣ୍ଟରନେଟ୍‌ ଥିବା ବିଭାଜନକୁ ଦୂର କରିବା ପାଇଁ ଚାହୁଁଛନ୍ତି। ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡଆର ଏକ ରିପୋର୍ଟରେ କୁହାଯାଇଛିଯେ ମୋଦୀ କହିଛନ୍ତି କି ୫ଜି ଓଏଫସିଓ ସେମି କଣ୍ଡକ୍ଟର ସହିତ ତୃଣ ମୂଳସ୍ଥରରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ କ୍ରାନ୍ତି ଆସିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ୫ଜି ନେଟୱର୍କ ଦ୍ୱାରା ସକାରାତ୍ମକ ଭାବେ ଭାରତର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଏପରି ଭାବେ ଭାରତ ତିନି ପ୍ରକାର ଲାଭ ପାଇବ। ଭାରତର ଅଧିକାଂଶ ପ୍ରତିଭା ଟାୟାର-୨ ଏବଂ ଟାୟାର-୩ ଅଞ୍ଚଳରୁ ଆସିଛନ୍ତି। କାରଣ ପୂର୍ବାପେକ୍ଷା ଡିଟିଟାଲ ଇଣ୍ଡିଆ ଇନିସିଏଟିଭ ଓ ଷ୍ଟାଟଅପ ଦେଶରେ ବହୁତ ବଢ଼ୁଛି। ଏବେ ସମସ୍ତ ଟେଲିକମ କମ୍ପାନୀମାନଙ୍କ ପାଖରେ ୫ଜି ଲଞ୍ଚ କରିବା ପାଇଁ ସମସ୍ତ ଆବଶ୍ୟକ ସ୍ପେକ୍ଟ୍ରମ ଓ ପ୍ରଯୁକ୍ତି ବିଦ୍ୟା ରହିଛି। ଏହି ସେବା ଆଜି ଆରମ୍ଭ ହେବ କିମ୍ୱା ମାସେ ପରେ ଆରମ୍ଭ ହେବ ତାକୁ ଅପେକ୍ଷା କରିବାକୁ ପଡ଼ିବ।