ରାଜନୈତିକ ସ୍ୱାର୍ଥ ପାଇଁ ଗୁଣ୍ଡାଗିରି କରି ସଂସଦକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ, ୨୫/୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂସଦ ଭିତରେ ଥିବା ମନୋଭାବ ଶୀତ ଋତୁର ଶୀତଳ ଏବଂ ସନ୍ତୁଳିତ ଗୁଣବତ୍ତାକୁ ପ୍ରତିଫଳିତ କରିବା ଉଚିତ୍।

ଭାରତର ଭୋଟରମାନେ ଗଣତନ୍ତ୍ର ପ୍ରତି ଉତ୍ସର୍ଗୀକୃତ। ସମ୍ବିଧାନ ପ୍ରତି ସେମାନଙ୍କର ସମର୍ପଣଭାବ, ସଂସଦୀୟ କାର୍ଯ୍ୟପ୍ରଣାଳୀ ଉପରେ ସେମାନଙ୍କର ବିଶ୍ୱାସ ରହିଛି। ସଂସଦରେ ବସି ଆମ ସମସ୍ତଙ୍କୁ ଲୋକଙ୍କ ଭାବନାକୁ ପୂରଣ କରିବାକୁ ପଡିବ। ଏହାର ଭରଣା କରିବାର ଏକମାତ୍ର ଉପାୟ ହେଉଛି ଆମେ ପ୍ରତ୍ୟେକ ବିଷୟର ବିଭିନ୍ନ ଦିଗକୁ ଗୃହରେ ଅତ୍ୟନ୍ତ ସୁସ୍ଥ ଢଙ୍ଗରେ ଉପସ୍ଥାପନ କରିବା ଉଚିତ୍। ଆଗାମୀ ପିଢ଼ି ମଧ୍ୟ ଏଥିରୁ ପ୍ରେରଣା ପାଇବେ ବୋଲି ସେ କହିଛନ୍ତି।

ନିର୍ବାଚନରେ ଜନସାଧାରଣ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ କିଛି ବ୍ୟକ୍ତି ନିଜ ରାଜନୈତିକ ଫାଇଦା ପାଇଁ ଗୁଣ୍ଡାଗିରି କରି ସଂସଦକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୁଚନାଯୋଗ୍ୟ, ଚଳିତ ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଗତ କାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।