ବିଗିଡିଲା ରାଜୁ ଶ୍ରୀବାସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା

ମୁମ୍ଵାଇ ୧୮।୦୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ବର୍ତ୍ତମାନଙ୍କ ଅବସ୍ଥା ପୁଣି ଖରାପ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର  ଅଛି । ଏବେ ଯାଏଁ କୌଣସି ସୁଧାର ଆସୁନାହିଁ । ୮ ଦିନ ପରେ ବି ବେହୋଶ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରମାନେ ପରିବାରକୁ କହିଛନ୍ତି ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ବେଳେ ହାର୍ଟ ମଧ୍ୟ ଠିକ୍‌ସେ ଭାବରେ କାମ କରୁନାହିଁ।

ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ତୁରନ୍ତ ତାଙ୍କୁ AIIMS ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ଶ୍ରୀବାସ୍ତବଙ୍କର ଏମଆରଆଇ ପରୀକ୍ଷା କରାଯାଇଥିଲା।ପରେ ଅଭିନେତାଙ୍କୁ ଜରୁରୀକାଳୀନ ଆଙ୍ଗିଓଗ୍ରାଫି ପାଇଁ କ୍ୟାଥେରାଇଜେସନ୍ ଲ୍ୟାବକୁ ନିଆଯାଇଥିଲା । ସେଦିନ ତାଙ୍କୁ ଦୁଇଥର କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) ଦିଆଯାଇଥିଲା।