୨୦୨୪ ଲଢେଇ ପାଇଁ ଅଣ୍ଟା ଭିଡିଲେ ରାହୁଲ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ଚଳଚଞ୍ଚଳ ରାଜନୈତିକ ଦଳ। ବିଜେପି ହ୍ୟାଟ୍ରିକ ବିଜୟ ସହ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ଦଳ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ରେ ମୋଦୀ ସରକାରଙ୍କୁ କଡା ଟକ୍କର ଦେବା ପାଇଁ ଯୋଜନା ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି।

ଓ୍ଵାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ସଂପ୍ରତି ସେହି ରଣନୀତି ଉପରେ କାମ କରିବେ, ଯେମିତି ବିରୋଧୀ ୨୦୧୪ ନିର୍ବାଚନରେ ମନମୋହନ ସିଂହ ସରକାରଙ୍କ ବିରୋଧରେ ଆପଣେଇଥିଲେ। ଏହି କାରଣରୁ ୟୁପିଏ ସରକାରଙ୍କୁ ସାଧାରଣ ନିର୍ବାଚନରେ ପରାଜୟର ସ୍ଵାଦ ଚାଖିବାକୁ ପଡିଥିଲା।

ଲୋକସଭା ନିର୍ବାଚନ ପ୍ରସ୍ତୁତି ଆଧାରରେ ରାହୁଲ ଗାନ୍ଧୀ ଅଗଷ୍ଟ ୨୨ରେ ନାଗରିକ ସଂଗଠନର ସଦସ୍ୟ ଏବଂ ସଂଗଠନଙ୍କୁ ଭେଟିବେ। କଂଗ୍ରେସ ସାଂସଦ ଏହି ସଂଗଠନଗୁଡିକର ପ୍ରସଙ୍ଗ  ଶୁଣିବେ ଏବଂ ଏହା ଉପରେ ବିଚାର କରିବେ। ଏହି ସମୟରେ ନିଜର ଭାରତ ଯୋଡୋ ଯାତ୍ରା ବିଷୟରେ ସିଭିଲ ସୋସାଇଟିର ସଦସ୍ୟଙ୍କ ସହ ଆଲୋଚନା କରିବେ।