ଋଷର କମ୍ ଜନସଂଖ୍ୟା ନେଇ ଚିନ୍ତାରେ ପୁଟିନ୍

ନୂଆଦିଲ୍ଲୀ ୧୮/୦୮: ଋଷ ମହିଳାଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଲେ ଏମିତି ଅଫର । ଶୁଣିଲେ ହୋଇଯିବେ ତାଜୁବ । ସେ ଘୋଷଣା କରିଛନ୍ତି ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର । ତେବେ ଏହି ଅର୍ଥ ସାମାନ୍ୟ ନୁହେଁ । ଏହାର ପରିମାଣ ବି ମୋଟା ଅଙ୍କର । ଅର୍ଥାତ୍ ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧୦ ରୁବଲ୍ ।

ଋଷରେ କମୁଥିବା ଜନସଂଖ୍ୟା ଦେଖି ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ଜନସଂଖ୍ୟା ବଢାଇବାକୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ରୁଷ ମୁଦ୍ରାରେ £13,500 ମିଳିବ । ଯାହା ଭାରତୀୟ ମୁଦ୍ରାରେ ୧୨,୯୪,୫୮୪,୨୬ ଟଙ୍କା ଅର୍ଥାତ ୧ ମିଲିଅନ ୨୯୪ ଟଙ୍କା ।

କୋଭିଡ୍‌ ମହାମାରୀ ଓ ୟୁକ୍ରେନ୍ ସହ ଯୁଦ୍ଧରେ ଋଷର ଲକ୍ଷାଧିକ ଲୋକ ପ୍ରାଣ ହାରାଇଛନ୍ତି । ଯାହକୁ ନେଇ ଚିନ୍ତାର ପଡିଯାଇଛନ୍ତି ଋଷ୍ ସରକାର । ତେଣୁ ଦେଶରେ ଜନସଂଖ୍ୟା ଠିକ୍‌ କରିବାକୁ ଏମିତି କିଛି କରିବାକୁ ହେବ ବୋଲି ଏଇ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୁଟିନି । ଏ ସମ୍ପର୍କରେ ରୁଷ ରାଜନୀତି ଏବଂ ସୁରକ୍ଷା ବିଷେଶଜ୍ଞ ଡ.ଜେନ୍ନି ମମେର୍ଥସ ସୂଚନା ଦେଇଛନ୍ତି ।