ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ:  ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଧମକ । ସୋସିଆଲ ମିଡିଆ ଜରିଆରେ ଆଇଆରଏସ ଅଧିକାରୀ ତଥା ଏନସିବି ଅଧିକାରୀ ସମୀରଙ୍କୁ ହତ୍ୟା ଦମକ ଦିଆଯାଇଛି । ସମୀର ମୁମ୍ବାଇ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ ଦିଆଯାଇଥିଲା ।  ଯେଉଁ ୟୁଜର ହତ୍ୟା ଧମକ ଦେଇଥିଲେ ସେ ସେହିଦିନ ହିଁ ଆକାଉଣ୍ଟ ଖୋଲିଥିଲେ ।

ହତ୍ୟା ଧମକ ପାଇବା ପରେ ସମୀର ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟ୍ୱିଟର ଆକକାଉଣ୍ଟ ଜରିଆରେ ଧମକ ମିଳିଛି । ତୁମେ କଣ କରିଛ ଜାଣିନ । ଏହାର ପରିଣାମ ତୁମକୁ ଭୋଗିବାକୁ ପଡିବ ବୋଲି ଧମକରେ ଉଲ୍ଲେଖ ରହିଥିଲା । ଏହାସହ ଶେଷରେ ତୁମକୁ ଶେଷ କରିଦେବୁ ବୋଲି ଲେଖାଯାଇଥିଲା ।

ଘଟଣାକୁ ନେଇ ଗୋରେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ ଆକାଉଣ୍ଟରୁ ଧମକ ମିଳିଛି ସେଥିରେ କେହି ଫଲୋଅର୍ସ ନାହାଁନ୍ତି । ଏହା କେବଳ ଧମକ ଦିଆଯିବା ପାଇଁ ଖୋଲାଯାଇଥିବା ପୋଲିସ କହିଛି ।