ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟା ମୃତ

ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡ଼ି ଦୁଇଜଣଙ୍କ ପ୍ରାଣହାନି ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳବେଡାଗାଁରେ ଅଘଟଣ ଘଟିଛି। ଏଠାରେ ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ି ୨ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ମୃତ ନାବାଳିକାଙ୍କ ବାପାମା ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଭୋଳବେଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଶିଶୁକନ୍ୟାଙ୍କର ବାପା ଓ ମା’ ଆହତ ହୋଇଛନ୍ତି। ମୃତ ୨ ଶିଶୁକନ୍ୟା ହେଲେ ଅନୀଲ ଗିରି ଓ ରିତା ଗିରିଙ୍କ ୨  ଝିଅ ସ୍ୱିଟି (୧୧) ଓ ନିହାରିକା (୪)। ସୂଚନାଥାଉକି, ଗତକାଲି ରାତ୍ରି ପ୍ରାୟ ଅଢେ଼ଇ ଘଟିକା ସମୟରେ ଅନୀଲ, ତାଙ୍କ ସ୍ତ୍ରୀ ରିତା ଓ ୨ ଝିଅ ସ୍ୱିଟି ଓ ନିହାରିକାକୁ ନେଇ ନିଜ ମାଟି କାନ୍ଥ ଆଜବେଷ୍ଟସ ନିର୍ମିତ ଘରେ ଶୋଇଥିଲେ।