ଭୂମିକମ୍ପରେ ଥରିଲା ଲକ୍ଷ୍ନୌ

ନୂଆଦିଲ୍ଲୀ, ୨୦|୦୮:  ଉତ୍ତରପ୍ରଦେଶରେ ଭୂମିକମ୍ପ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାପଡିଛି ।

ସୂଚନା ଅନୁସାରେ,ଶୁକ୍ରବାର ରାତି ପ୍ରାୟ ୧ଟା ୨୦ରେ ଥରିଥିଲା ଲକ୍ଷ୍ନୌ । ଏହାର କେନ୍ଦ୍ରସ୍ଥଳୀ ଏଠାରୁ ୧୩୯ କିମି ଦୂରରେ ଥିବା ବହରାଇଚ ବୋଲି କୁହାଯାଉଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।