୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୨୦ କୋଭିଡ୍ ପଜିଟିଭ୍
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪୭୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ୧୩ଜଣ, ଭଦ୍ରକ ଜିଲ୍ଲାରୁ ୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩ଜଣ, ବୌଦ୍ଧ ଜିଲ୍ଲାରୁ ୧୭ଜଣ, କଟକ ଜିଲ୍ଲାରୁ ୧୪ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୩୩ଜଣ, କନ୍ଧମାଳ ଜିଲ୍ଲାରୁ ୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୯ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୮ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୨୪ଜଣ, ସୋନପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୫ଜଣ, ଷ୍ଟେଟ ପୁଲ୍ରୁ ୧୧ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୪୭୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୨୯୦୧ ଜଣ ସୁସ୍ଥ ହୋଇଛନ୍ତି ।