ଆଲିଶାନ୍ ଘରେ ଗୃହ ପ୍ରବେଶ କଲେ ରଣବୀର-ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବଲିଉଡର ପାୱାର କପଲଙ୍କ ମଧ୍ୟରୁ ଜଣେ । ଉଭୟ ନିଜ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ସେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାଆନ୍ତି।  ନିକଟରେ ଦୀପିକା ଏବଂ ରଣବୀର ଅଲିବାଗରେ ଏକ ବିଳାସପୂର୍ଣ୍ଣ ଘର କିଣିଥିଲେ। ବର୍ତ୍ତମାନ ସେ ସେହି ଘରେ ଗୃହ ପ୍ରବେଶ କରିଛନ୍ତି । ଏହି ସମୟରେ ଉଭୟଙ୍କ ପରିବାର ଉପସ୍ଥିତ ଥିଲେ।

ରଣବୀର ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଗୃହ ପ୍ରବେଶ କରିବାର ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ରଣବୀର ଏବଂ ଦୀପିକା ଧଳା ରଙ୍ଗର ପୋଷାକ ପିନ୍ଧି ହୋମ କରୁଛନ୍ତି। ଅନ୍ୟ ଏକ ଫଟୋରେ, ସେମାନେ ପରସ୍ପରର ହାତକୁ ଧରିଛନ୍ତି । ଗୋଟିଏ ଫଟୋରେ ସେ ଘରର ଫାଟକ ଖୋଲିଥିବାର ନଜର ଆସିଥିବାବେଳେ ତାଙ୍କ ମୁହଁ ଦେଖା ଯାଉ ନାହିଁ। ରଣବୀର ଏହି ଫଟୋଗୁଡ଼ିକ ସହିତ କୌଣସି କ୍ୟାପସନ୍ ଲେଖି ନାହାଁନ୍ତି । ବରଂ ଘରର ଏକ ଇମୋଜି ଦେଇଛନ୍ତି।