ଆଜିର ତାରିଖ ୧୮ ଫେବ୍ରୁଆରୀ ୨୦୨୫:
*ଗାମ୍ବିଆର ସ୍ୱାଧୀନତା ଦିବସ: ୧୯୬୫ ମସିହାରେ ଏହି ଦିନ ବ୍ରିଟେନଠାରୁ ଗାମ୍ବିଆ ସ୍ୱାଧୀନତା ପାଇଥିଲା। ଦୀର୍ଘ ବର୍ଷର ସଂଘର୍ଷ ପରେ ବ୍ରିଟିଶ ମାନଙ୍କ କବଳରୁ ମୁକ୍ତି ପାଇଥିଲା ଗାମ୍ବିଆ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
୧. ଚୈତନ୍ୟ ମହାପ୍ରଭୁ (୧୮ ଫେବୃଆରୀ ୧୪୮୬ – ୧୫୩୪) ଭକ୍ତି କାଳର ଅନ୍ୟତମ ପ୍ରମୁଖ ଋଷି ଥିଲେ। ବୈଷ୍ଣବମାନଙ୍କ ଗୌଡ଼ିଆ ସମ୍ପ୍ରଦାୟର ଆରମ୍ଭ କରିଥିଲେ। ଭଜନ ଗାଇବାର ଏକ ନୂତନ ଶୈଳୀ ତାଙ୍କ ପାଖରୁ ଆରମ୍ଭ ହୋଇଥିଲା। ସେ ହିନ୍ଦୁ-ମୁସଲମାନ ଏକତାର ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତି, ଧର୍ମ, ଉଚ୍ଚ ଓ ନିମ୍ନ ଭାବନାକୁ ଦୂର କରିବାକୁ ଶିଖାଇଥିଲେ। ବୃନ୍ଦାବନରେ ସେ ତାଙ୍କ ଜୀବନର ଶେଷ ସମୟ କାଟିଥିଲେ।
୨. ରାମକୃଷ୍ଣ ପରମହଂସ (୧୮ ଫେବୃଆରୀ ୧୮୩୬ – ୧୫ ଅଗଷ୍ଟ ୧୮୮୬) ଭାରତର ଜଣେ ମହାନ ସନ୍ଥ ଥିଲେ। ସେ ସବୁ ଧର୍ମର ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପିଲାବେଳୁ ବିଶ୍ୱାସ କରୁଥିଲେ ଯେ ଭଗବାନଙ୍କୁ ଦେଖି ହୁଏ। କିନ୍ତୁ ସେଥିପାଇଁ କଠୋର ଆଧ୍ୟାତ୍ମିକ ଅଭ୍ୟାସ ଏବଂ ଭଗବାନଙ୍କ ପ୍ରାପ୍ତି ପାଇଁ ଭକ୍ତିର ଜୀବନ ଅତିବାହିତ କରିବା ଦରକାର।
୩. ରଫି ଅହମ୍ମଦ କିଡୱାଇ (୧୮ ଫେବୃଆରୀ ୧୮୯୪ – ୨୪ ଅକ୍ଟୋବର ୧୯୫୪) ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଦେଶର ଜଣେ ବିଶିଷ୍ଟ ରାଜନେତା ଥିଲେ। କଂଗ୍ରେସରେ ସ୍ୱରାଜ ପାର୍ଟି ଗଠନ ହେବା ପରେ ସେ ଏଥିରେ ସାମିଲ ହୋଇଥିଲେ। ୧୯୨୬ ମସିହାରେ ସେ ସ୍ୱରାଜ ପାର୍ଟି ଟିକେଟରେ କେନ୍ଦ୍ର ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେଠାରେ ସ୍ୱରାଜ ପାର୍ଟିର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ ହୋଇଥିଲେ।
୪. ଜୟ ନାରାୟଣ ବ୍ୟାସ (୧୮ ଫେବୃଆରୀ ୧୮୯୯ – ୧୪ ମାର୍ଚ୍ଚ ୧୯୬୩), ଭାରତର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ ‘ଆଇଏନସିର ଜଣେ ବିଶିଷ୍ଟ ରାଜନେତା ଥିଲେ। ଦେଶ ସ୍ୱାଧୀନ ହେବା ପରେ ସେ ୧୯୫୬ରୁ ୧୯୫୭ ମସିହା ପର୍ଯ୍ୟନ୍ତ ‘ପ୍ରଦେଶ କଂଗ୍ରେସ କମିଟି’ର ସଭାପତି ଥିଲେ। ପରେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବି ରହିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଅବଦୁଲ ରସିଦ ଖାନ (୧୯ ଅଗଷ୍ଟ ୧୯୦୮ – ୧୮ ଫେବୃଆରୀ ୨୦୧୬), ଜଣେ ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ। ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଭୂଷଣ (୨୦୧୩) ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୯) ପ୍ରଦାନ କରାଯାଇଛି।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୮୮୪ – ଚାର୍ଲସ ଗୋଲଡେନଙ୍କ ନେତୃତ୍ୱରେ ବ୍ରିଟିଶ ସେନା ସୁଦାନରେ ପହଞ୍ଚିଥିଲେ।
୧୯୦୫ – ଶ୍ୟାମଜୀ କୃଷ୍ଣ ବର୍ମା ଲଣ୍ଡନରେ ଇଣ୍ଡିଆ ହୋମ୍ ରୁଲ ସୋସାଇଟି ପ୍ରତିଷ୍ଠା କରିଥିଲେ।
୧୯୧୧ – ଭାରତରେ ପ୍ରଥମ ଥର ପାଇଁ ବିମାନ ଯୋଗେ ଡାକ ପହଞ୍ଚାଇବା ଆରମ୍ଭ ହୋଇଥିଲା।
୧୯୧୫ – ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ଇଂଲଣ୍ଡକୁ ଅବରୋଧ କରିଥିଲା।
୧୯୪୩ – ଇତିହାସର ଏକ ପ୍ରମୁଖ ଆନ୍ଦୋଳନ ହ୍ୱାଇଟ୍ ରୋଜ ଆନ୍ଦୋଳନର ସଦସ୍ୟମାନଙ୍କୁ ଗିରଫ କରିଥିଲା ନାଜି ସେନା।
୧୯୭୧ – ଭାରତ ଆର୍ଭି ସାଟେଲାଇଟ ଷ୍ଟେସନ ମାଧ୍ୟମରେ ବ୍ରିଟେନ ସହ ପ୍ରଥମ ସାଟେଲାଇଟ ସଂଯୋଗ ସ୍ଥାପନ କରିଥିଲା।
୧୯୭୯ – ଆମେରିକା ଭାରତକୁ ୧୬୬୪ କୋଟି ଟଙ୍କାର ଚେକ୍ ଦେଇଥିଲା, ଯାହାବିଶ୍ୱର ସବୁଠାରୁ ବଡ଼ ରାଶି ଭାବେ ବିବେଚନା କରାଯାଏ।
୧୯୭୯ – ଶେଷ ଥର ପାଇଁ ସାହାରା ମରୁଭୂମିରେ ପ୍ରଥମ ତୁଷାରପାତ ହୋଇଥିଲା।
୧୯୮୯ – ଆଫଗାନିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।
୧୯୯୧ – ଭିକ୍ଟୋରିଆ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ଇରିଶ ରିପବ୍ଲିକାନ ଆର୍ମି ନିଜକୁ ଦାୟୀ କରିଥିଲା।
୨୦୦୧ – ଦିଲ୍ଲୀରୁ ଲାହୋର ଯାଉଥିବା ସମଝୌତା ଏକ୍ସପ୍ରେସରେ ଏକ ବିରାଟ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ପ୍ରାୟ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୦୩ – ଦକ୍ଷିଣ କୋରିଆର ଏକ ପ୍ରମୁଖ ସହର ତାଇଗୁରେ ଏକ ମେଟ୍ରୋ ଟ୍ରେନରେ ନିଆଁ ଲାଗି ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୦୬ – ପାଲେଷ୍ଟାଇନର ରାଷ୍ଟ୍ରପତି ହମାସ ନେତା ଇସମାଇଲ ହାନିୟାଙ୍କୁ ଏକ ନୂତନ ସରକାର ଗଠନ କରିବାକୁ ସ୍ଵୀକୃତି ଦେଇଥିଲେ।
୨୦୦୬ – ମହାରାଷ୍ଟ୍ରର ଏକ କୁକୁଡ଼ା ଫାର୍ମରେ ଭାରତର ପ୍ରଥମ ଫ୍ଲୁ ମାମଲା ସାମ୍ନାକୁ ଆସିଥିଲା।
୨୦୦୬ – ଭାରତ ଓ ପାକିସ୍ତାନ ମଧ୍ୟରେ ଥାର ଏକ୍ସପ୍ରେସ ଆରମ୍ଭ ହୋଇଥିଲା।