ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟକ୍କର ଦେବେ ଆତିଶୀ

ବିଧାନସଭାର ବିରୋଧୀ ଦଳ ନେତା ହେଲେ ଆତିଶୀ

ନୂଆଦିଲ୍ଲୀ, ୨୩/୦୨: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ଆପ୍ ବିଧାୟକମାନେ ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଭାବେ ମନୋନୀତ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟକ୍କର ଦେବା ପାଇଁ ଜଣେ ଶକ୍ତିଶାଳୀ ମହିଳା ଚେହେରା ଭାବେ ତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ଏହି ବୈଠକରେ ଦଳର ୨୨ ଜଣ ବିଧାୟକ ଯୋଗ ଦେଇଥିଲେ।

ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇଥିବାରୁ ଆତିଶୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବାର ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଲଢ଼ିବେ ଏବଂ ଦିଲ୍ଲୀବାସୀଙ୍କ ହକ୍ ପାଇଁ ଲଢେ଼ଇ ଜାରି ରଖିବେ ବୋଲି କହିଛନ୍ତି।