ପ୍ରଥମ ୧୦୦ ଅନ୍ତର୍ଜାତୀୟ ଶତକର ବିଶ୍ୱ ରେକର୍ଡ ହାସଲ କରିଥିଲେ ଭାରତର ଏହି କ୍ରିକେଟର

ଜାଣନ୍ତୁ କିଏ ସେ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୦୨୫ ମାର୍ଚ୍ଚ ୧୬

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବିପିନ ରାୱତ (୧୬ ମାର୍ଚ୍ଚ ୧୯୫୮ – ୮ ଡିସେମ୍ବର ୨୦୨୧) ଭାରତର ପ୍ରଥମ ‘ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍’ ଥିଲେ। ୩୧ ଡିସେମ୍ବର ୨୦୧୯ରେ ସେ ଏହି ପଦ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଭାରତୀୟ ସେନାର ୨୭ତମ ସେନାମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨. ତନୁଶ୍ରୀ ଶଙ୍କର ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ସେ ୧୯୭୦ ଏବଂ ୧୯୮୦ ଦଶକରେ ଆନନ୍ଦ ଶଙ୍କର ସେଣ୍ଟର ଫର ପର୍ଫର୍ମିଂ ଆର୍ଟସରେ ଜଣେ ନୃତ୍ୟଶିଳ୍ପୀ ଥିଲେ। ସେ ‘ଦ ନେମସେକ୍’ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

୩. ଅମ୍ବିକା ପ୍ରସାଦ ଦିବ୍ୟା (୧୬ ମାର୍ଚ୍ଚ ୧୯୦୬ – ୫ ସେପ୍ଟେମ୍ବର ୧୯୮୬) ଭାରତର ଜଣେ ଜଣାଶୁଣା ଶିକ୍ଷାବିତ୍ ଓ ହିନ୍ଦୀ ଲେଖକ ଥିଲେ। ତାଙ୍କର ଇଂରାଜୀ, ସଂସ୍କୃତ, ରୁଷୀୟ, ଫାର୍ସି ଏବଂ ଉର୍ଦ୍ଦୁ ସମେତ ଅନେକ ଭାଷାରେ ଗଭୀର ଜ୍ଞାନ ଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଏମ୍ ପତଞ୍ଜଳି ଶାସ୍ତ୍ରୀ (୪ ଜାନୁଆରୀ ୧୮୮୯ – ୧୬ ମାର୍ଚ୍ଚ ୧୯୬୩) ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି। ୭ ନଭେମ୍ବର ୧୯୫୧ରୁ ୩ ଜାନୁଆରୀ ୧୯୫୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ରହିଥିଲେ।

୨. ପୁସାପତି ସଞ୍ଜୀବୀ କୁମାରସ୍ୱାମୀ ରାଜା (୮ ଜୁଲାଇ ୧୮୯୮ – ୧୬ ମାର୍ଚ୍ଚ ୧୯୫୭) ଜଣେ କଂଗ୍ରେସ ନେତା ଥିଲେ। ସେ ମାଡ୍ରାସ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୫୨୭ – ମୋଗଲ ସମ୍ରାଟ ବାବର ଖାନୁଆ ଯୁଦ୍ଧରେ ରାଣା ସାଙ୍ଗାଙ୍କ ନେତୃତ୍ୱରେ ରାଜପୁତ ସେନାକୁ ପରାସ୍ତ କରିଥିଲେ।

୧୭୯୨ – ସ୍ୱିଡେନର ରାଜା ତୃତୀୟ ଗୁସ୍ତାଭଙ୍କୁ କାଉଣ୍ଟ ଜାକବ ଜୋହାନ ଆଙ୍କକର୍ଷ୍ଟ୍ରୋମ ଗୁଳି କରି ହତ୍ୟା କରିଥିଲେ।

୧୯୮୪ – ଦକ୍ଷିଣ ଆଫ୍ରିକା ଓ ମୋଜାମ୍ବିକ୍ ଅଣ-ଆକ୍ରମଣ ଚୁକ୍ତି ସ୍ୱାକ୍ଷର କରିଥିଲେ।

୧୯୯୮ – ଚୀନ୍ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍ ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

୨୦୦୩ – ଗ୍ରୀନ୍ ସ୍ମିଥ୍ ଦକ୍ଷିଣ ଆଫ୍ରିକାର କ୍ରିକେଟ ଅଧିନାୟକ ହୋଇଥିଲେ।

୨୦୦୭ – ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ।

୨୦୦୯ – ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଶରତ ସଭରୱାଲଙ୍କୁ ପାକିସ୍ତାନରେ ଭାରତର ନୂତନ ହାଇକମିଶନର ଭାବେ ନିଯୁକ୍ତ କରାଯାଇଥିଲା।

୨୦୧୨ – ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ପ୍ରଥମ କ୍ରିକେଟର ଭାବେ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ।