ଲସ୍କର-ଇ-ତୋଏବାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ କତାଲକୁ ହତ୍ୟା

ଅଜ୍ଞାତ ଆତତାୟୀ ଦ୍ୱାରା ପାକିସ୍ତାନରେ ହତ୍ୟା

ନୂଆଦିଲ୍ଲୀ, ୧୬/୦୩: ଲସ୍କର-ଇ-ତୋଏବାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ କତାଲକୁ ଶନିବାର ରାତିରେ ପାକିସ୍ତାନରେ ନିପାତ କରାଯାଇଛି। ଅବୁ କତାଲ ଯାହାର ପ୍ରକୃତ ନାମ ଜିଆ-ୟୁର-ରେହମାନ, ସନ୍ଧ୍ୟା ପ୍ରାୟ ୭ଟା ବେଳେ ଝେଲମ୍ ଅଞ୍ଚଳରେ କିଛି ସୁରକ୍ଷା କର୍ମୀଙ୍କ ସହ ଯାତ୍ରା କରୁଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ୧୫ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ, ଯେଉଁଥିରେ ଘଟଣାସ୍ଥଳରେ ଅବୁ କାତାଲ ଏବଂ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଝେଲମ୍ ଅଞ୍ଚଳରେ ଥିବା ଦିନା ପଞ୍ଜାବ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଜିନତ ହୋଟେଲ ନିକଟରେ ଏହି ଆକ୍ରମଣ ହୋଇଛି।

ଅବୁ କାତାଲକୁ ପାକିସ୍ତାନ ସେନାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଉଭୟ ଲସ୍କର-ଇ-ତୋଏବା ଆତଙ୍କବାଦୀ ଓ ସାଦା ପୋଷାକ ପିନ୍ଧିଥିବା ପାକିସ୍ତାନୀ ସୈନ୍ୟଙ୍କୁ ତାଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଥିଲା।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହଫିଜ ସୟିଦର ଘନିଷ୍ଠ ସହଯୋଗୀ ଥିଲା ଅବୁ କତାଲ। ଗତ ଜୁନ୍ ୯ରେ ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ଶିବ ଖୋରି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଅବୁ କତାଲ। ସେ ଜମ୍ମୁ-କଶ୍ମୀରରେ ବିଭିନ୍ନ ଆକ୍ରମଣରେ ଜଡ଼ିତ ଥିଲା। ୨୦୨୩ ରାଜୌରୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବୁ କାତଲଙ୍କ ନାମ ଚାର୍ଜସିଟ ଦାଖଲ କରିଥିଲା ଏନଆଇଏ। ଏନଆଇଏର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରହିଥିଲା ଅବୁ କତାଲ।