ଶବ ପରିବହନ ପାଇଁ ସ୍ୱତନ୍ତ୍ର କଲ ସେଣ୍ଟର ବ୍ୟବସ୍ଥା ହେବ

ଜାରି ହେବ ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର, ୧୬/୦୪: ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ପରିବହନ ପାଇଁ ଜାରି ହେବ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର। ଏଥିପାଇଁ ୧୦୮ ଆମ୍ବୁଲାନ୍ସ ଭଳି କାମ କରିବ ସ୍ୱତନ୍ତ୍ର କଲ ସେଣ୍ଟର। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ରୋଗୀଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଏହି ଟୋଲ ଫ୍ରି ନମ୍ବର କାମ କରିବ। ଡ଼ାକ୍ତରଖାନାରୁ ରୋଗୀଙ୍କ ଘର କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ଶବ ପରିବହନ କରିବା ପାଇଁ ଏହି ଟୋଲ ଫ୍ରି ନମ୍ବର ଉତ୍ତମ ଯୋଗାଯୋଗ ରୂପେ କାର୍ଯ୍ୟ କରିବ। ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି।

ସେହିପରି ପ୍ରତ୍ୟେକ ଜିଲ୍ଲାରେ ବାର୍ଷିକ ମୃତ୍ୟୁ ହାର ଏବଂ ଶବ ପରିବହନ ପାଇଁ ଆବଶ୍ୟକ ହେଉଥିବା ଗାଡି ସଂଖ୍ୟା ସମ୍ପର୍କରେ ତଥ୍ୟ ମାଗିଛନ୍ତି ସ୍ୱାସ୍ଥ୍ୟ ସଚିବ। ଶବ ପରିବହନ ପାଇଁ କିଲୋମିଟର ପିଛା ଦର ନିର୍ଦ୍ଧାରଣ ଉପରେ ଆଗାମୀ ଦିନରେ ଅଧିକ ଆଲୋଚନା ହେବ।