ନୂଆଦିଲ୍ଲୀ, ୧୮/୦୪: ଆମେରିକାରେ ନିର୍ବାଚନ ପୂର୍ବରୁ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ରୋକିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କ୍ଷମତାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବନ୍ଦ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ। ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ବିରତି ହେବ ବୋଲି ଆଶା କରାଯାଉଥିଲା। ହେଲେ, ଏଯାବତ୍ ଡୋନାଲ୍ଡ ଟ୍ରମ୍ପ ବହୁ ଚେଷ୍ଟା କରିଥିଲେ ମଧ୍ୟ ଯୁଦ୍ଧ ଥମିବାର ନାଁ ଧରୁନି।
ଏପରି ସ୍ଥିତିରେ ପ୍ୟାରିସରେ ୟୁରୋପୀୟ ଏବଂ ୟୁକ୍ରେନ୍ ନେତାଙ୍କୁ ଭେଟିବା ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଦୁଇ ଦେଶକୁ ଚେତାବନୀ ଦେଇଛନ୍ତି। ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ କୌଣସି ଚୁକ୍ତି ନ ହୁଏ, ତାହାଲେ ଆମେରିକା ଯୁଦ୍ଧ ବିରତି ପ୍ରୟାସରୁ ଓହରି ଯିବ। ଆମେ ମାସ ମାସ ଧରି ଏହି ପ୍ରୟାସ ଜାରି ରଖିବୁ ନାହିଁ। ତେଣୁ ଆମକୁ ବର୍ତ୍ତମାନ ବହୁତ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବାର ଆବଶ୍ୟକତା ଅଛି। ଯଦି ଏହା ନ ହୁଏ, ତେବେ ଆମର ଅନ୍ୟ ପ୍ରାଥମିକତା ମଧ୍ୟ ରହିଛି। ଟ୍ରମ୍ପ ଏବେ ବି ଏକ ଚୁକ୍ତି ପାଇଁ ଆଗ୍ରହୀ ଅଛନ୍ତି କିନ୍ତୁ ଯଦି ତୁରନ୍ତ ଅଗ୍ରଗତିର କୌଣସି ସଙ୍କେତ ନଥାଏ ତେବେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛନ୍ତି।
ତେବେ ରୁବିଓଙ୍କ ଏହି ମନ୍ତବ୍ୟ ଭୂ-ରାଜନୈତିକ ଆହ୍ୱାନର ବଢୁଥିବା ତାଲିକାକୁ ସମାଧାନ କରିବା ଦିଗରେ ଅଗ୍ରଗତିର ଅଭାବକୁ ଦର୍ଶାଉଛି।