ସଂସ୍କୃତି ବିଭାଗ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ

ଓଡ଼ିଶୀ ଓ ଛଉ ନୃତ୍ୟ ପରିବେଷଣ

ଭୁବନେଶ୍ୱର, ୨୯/୦୪: ଆଜି ଆନ୍ତର୍ଜାତୀୟ ନୃତ୍ୟ ଦିବସ। ସାରା ବିଶ୍ୱ ଆଜି ପାଳୁଛି ଏହି ଦିବସ। କଳା ମାଧ୍ୟମରେ ସଂସ୍କୃତିକୁ ଜୀବିତ ରଖିବା ପାଇଁ ନୃତ୍ୟ ଏକ ପ୍ରକାର ମାଧ୍ୟମ। ବଲିଉଡ୍ ହଲିଉଡ୍ ଠାରୁ ଆରମ୍ଭ କରି ବିଭିନ୍ନ ନୃତ୍ୟଶିଳ୍ପୀ ମାନେ ନିଜର କଳା ପ୍ରଦର୍ଶନ କରିବା ସହ ଆଜିର ଦିନକୁ ପାଳନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ରାଜ୍ୟ ସ୍ତରୀୟ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି “ଅନ୍ତର୍ଜାତୀୟ ନୃତ୍ୟ ଦିବସ” ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ (ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି) ଏବଂ ଛଉନୃତ୍ୟ (ମହାଦେବ) ପରିବେଷଣ କରାଯାଇଥିଲା।