ନୂଆଦିଲ୍ଲୀ, ୦୧/୦୫: କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର। ଗୁରୁବାର କମର୍ସିଆଲ ଏଲପିଜି ଦର ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୧୪.୫୦ ଟଙ୍କା ହ୍ରାସ ପାଇଛି। ଗତ କିଛି ସପ୍ତାହ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଥିବା ବେଳେ ବିଶ୍ୱ ବାଣିଜ୍ୟ ଯୁଦ୍ଧ ଯୋଗୁଁ ତୈଳ ଚାହିଦା ହ୍ରାସ ପାଇଛି। ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆଶ୍ୱସ୍ତିକର ବିଷୟ ହୋଇଥିବା ବେଳେ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ବ୍ୟବହୃତ ରନ୍ଧନ ଗ୍ୟାସ ଦର ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୮୫୩ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।
କେଉଁ ସହରରେ କେତେ ମୂଲ୍ୟ:
ଦିଲ୍ଲୀ: ₹୧,୭୪୭.୫୦
କୋଲକାତା: ₹୧,୮୫୧.୫୦
ମୁମ୍ବାଇ: ₹୧,୬୯୯
ଚେନ୍ନାଇ: ₹୧,୯୦୬.୫୦
ଏତଦବ୍ୟତୀତ ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ୪.୪ ପ୍ରତିଶତ ହ୍ରାସ ପାଇଛି। ଦିଲ୍ଲୀରେ ଏଟିଏଫ ମୂଲ୍ୟ କିଲୋଲିଟର ପିଛା ୩,୯୫୪.୩୮ ଟଙ୍କା ବା ୪.୪ ପ୍ରତିଶତ ହ୍ରାସ ପାଇ ୮୫,୪୮୬.୮୦ ଟଙ୍କାରେ ପହଞ୍ଚିଛି।