ନୂଆଦିଲ୍ଲୀ, ୧୦/୦୫: ୨୦୨୫ ‘ଅପରେସନ ସିନ୍ଦୂର’ ଭାରତ ପାକିସ୍ତାନ ଯୁଦ୍ଧର ଏକ ପ୍ରମୁଖ ଘଟଣା। ୧୯୭୧ ଯୁଦ୍ଧ ଠାରୁ ବି ଆହୁରି ଭୟଙ୍କର ହୋଇଥିଲା ଏ ୨୦୨୫ ଯୁଦ୍ଧ। ସୀମାନ୍ତବର୍ତ୍ତୀ ରାଜ୍ୟର ସ୍ଥାନୀୟ ଲୋକଙ୍କ ମତରେ ୧୯୭୧ ମସିହାରେ କେବଳ ସେନା ମଧ୍ୟରେ ଲଢେ଼ଇ ହୋଇଥିଲା। କିନ୍ତୁ ଏଥର ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିଲା। ଲୋକଙ୍କ ଅନୁଯାୟୀ, ସେମାନଙ୍କ ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଥିଲେ। କେମିତି ରାତି କଟିବ ବୋଲି ଆତଙ୍କିତ ଅବସ୍ଥାରେ ଥିଲେ ଲୋକେ। ୧୯୭୧ ମସିହାରେ ଉଭୟ ପକ୍ଷରୁ ବହୁ ସେନା ଯବାନଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏଥର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଅଧିକ ନ ହେଲେ ବି ଅତି ଭୟଙ୍କର ଥିଲା।
ଭାରତୀୟ ସେନା ଆକ୍ରମଣରେ ଧରାଶାୟୀ ହେବା ଅବସ୍ଥାରେ ଥିଲା ପାକିସ୍ତାନ। କିନ୍ତୁ ଶେଷ ମୁହୂର୍ତ୍ତରେ ଖେଳ କରିଦେଲା ଆମେରିକା। ଆମେରିକା ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ମଧ୍ୟସ୍ଥତା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ମଧ୍ୟସ୍ଥତାରେ ଆଲୋଚନା ପରେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ଏକ୍ସରେ ଘୋଷଣା କରିଥିଲେ।
ଅଧିକ ପଢନ୍ତୁ: ପାକିସ୍ତାନର F-16 ବିମାନକୁ ଖସାଇଲା ଭାରତୀୟ ବାୟୁ ସେନା
ଏହା ପ୍ରଥମ ଥର ନୁହେଁ ଆମେରିକା ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଛି। ପୂର୍ବରୁ ଯେତେବେଳେ ବି ପାକିସ୍ତାନ ସହ ଭାରତ ମୁହାଁମୁହିଁ ହୋଇଛି, ପାକିସ୍ତାନ ସର୍ବପ୍ରଥମେ ଆମେରିକାର ଶରଣ ପଶେ। ପାକିସ୍ତାନର ମନରେ ଆମେରିକାର ସାହସ ନେଇ ଭାରତ ସହ ଲଢିଥାଏ। ଯାହା ଏଥର ମଧ୍ୟ ସଫଳ ହୋଇଛି।
ପୂର୍ବରୁ କାର୍ଗିଲ ଯୁଦ୍ଧ ବେଳେ ଭାରତ ଭିତରକୁ ରାଜସ୍ଥାନ ସୀମା ଦେଇ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଆମେରିକାର ସ୍ପାଏ ସାଟେଲାଇଟରେ ଦେଖିଥିଲା ଆମେରିକା। କିନ୍ତୁ ସାର୍ବଜନୀନ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସିଧାସଳଖ କାର୍ଗିଲରେ ପାକିସ୍ତାନର ଭୂମିକାକୁ ସିଧାସଳଖ ଏଡାଇ ଯାଇଥିଲେ। କିନ୍ତୁ ସରିଫ ଏ ବିଷୟରେ ଅବଗତ ଥିବାରୁ ସେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ। କ୍ଲିଣ୍ଟନ ବୁଝାଇବା ପରେ ସରିଫ କାର୍ଗିଲରୁ ନିଜ ସୈନ୍ୟଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁପ୍ରବେଶକାରୀହାନେ ଆଉ କାର୍ଗିଲରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ଯାହା ପରେ ଯୁଦ୍ଧ ଥମିଥିଲା।
ସେହିପରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ ୟୁଏସଏସ ଏଣ୍ଟରପ୍ରାଇଜ ନେତୃତ୍ୱରେ ବଙ୍ଗୋପସାଗରରେ ସ୍ଥଳ ସୀମାରୁ ଆକ୍ରମଣ କରିଥିଲା ପାକିସ୍ତାନ।
ସେହିପରି ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ପରେ ସମସ୍ୟାର ସମାଧାନ ପାଇଁ ଆମେରିକା ତା’ର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ପଠାଇଥିଲା। ଏହା ପରେ ଭାରତ ଓ ପାକିସ୍ତାନ ପରସ୍ପର ର ମୁହାଁମୁହିଁ ହେବା କମ୍ ହୋଇଥିଲା।
ଅଧିକ ପଢନ୍ତୁ: ଓଃ କି ଭୟଙ୍କର! ଏୟାର ଷ୍ଟ୍ରାଇକକୁ ନେଇ ଟ୍ରମ୍ପଙ୍କ ବୟାନ
କିନ୍ତୁ ଗତ ଦୁଇ ଦିନ ତଳେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସିଧାସଳଖ ପାକିସ୍ତାନ କିମ୍ବା ଭାରତକୁ ସମର୍ଥନ କରିବେ ନାହିଁ କି ଯୁଦ୍ଧ ନ କରିବା ପାଇଁ ମନା କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଆମେ ସେମାନଙ୍କୁ ଟିକିଏ ଉତ୍ତେଜନା ହ୍ରାସ କରିବାକୁ କହି କରିବା। କିନ୍ତୁ ଆମେ ଏକ ଯୁଦ୍ଧ ମଝିରେ ସାମିଲ ହେବୁ ନାହୁଁ। ଆମେ କୂଟନୈତିକ ସ୍ତରରେ ଏହି ଘଟଣାର ସମାଧାନ କରିବୁ ବୋଲି ଜେଡି ଭାନ୍ସ କହିଥିଲେ ମଧ୍ୟ କିପରି ଆଜି ରୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବା ନେଇ ଘୋଷଣା କଲେ ତାହା ଆଚମ୍ବିତ କରିଛି।
ପ୍ରକୃତରେ ଆମେରିକା ଜାଣିକରି ପାକିସ୍ତାନକୁ ବଞ୍ଚାଇବା ପାଇଁ ଏମିତି କରିଛନ୍ତି ନା ସେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ସେଥିପାଇଁ ଏମିତି କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେରିକାର ଚାପରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଫୋନ୍ କରି ଆଲୋଚନା କରିବାକୁ ରାଜି ହୋଇଥିଲେ ନା ନିଜ ଦେଶ ଅବନତି ଆଡ଼କୁ ଯାଉଛି ବୋଲି ଅନୁମାନ କରି ଆମେରିକାକୁ ମଧ୍ୟସ୍ଥତା କରିବା ପାଇଁ ବାଧ୍ୟ କରାଇଥିଲା।
ଅଧିକ ପଢନ୍ତୁ: ଅପରେସନ ସିନ୍ଦୁର: ଭାରତର ବଦଲା