‘ଅପରେସନ ସିନ୍ଦୂର’: ମାଟିରେ ମିଶିଲେ ଟପ୍ ଆତଙ୍କୀ

ମାସୁଦ ଆଜହର ର ବଳିଥିବା ସମ୍ପର୍କୀୟ ସମ୍ପୂର୍ଣ୍ଣ ସଫା

ନୂଆଦିଲ୍ଲୀ, ୧୦/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ରେ ପ୍ରଥମ ପର୍ଯ୍ୟାୟରେ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆଜି ଟପ୍ ୫ ଆତଙ୍କବାଦୀଙ୍କୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା।

ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ମୁଦାସର ଖଦିଆନ୍ ଖାସ୍ ଓରଫ ଅବୁ ଜିନ୍ଦାଲ ଓ ଖଲିଦ ଓରଫ ଅବୁ ଆକାଶଙ୍କୁ ଭାରତୀୟ ସେନା ନିପାତ କରିଥିବା ବେଳେ ଜୈସ-ଏ-ମହମ୍ମଦର ହାଫିଜ୍ ମହମ୍ମଦ ଜମ୍ମିଲ, ମହମ୍ମଦ ୟୁସୁଫ ଅଜହର ଓରଫ ଉସ୍ତାଦ ଜୀ ଓ ମହମ୍ମଦ ହାସନ ଖାନ୍ ଭଳି ଟପ୍ ଆତଙ୍କବାଦୀଙ୍କୁ ମାଟିରେ ମିଶାଇ ଦେଇଛି।

ଅଧିକ ପଢନ୍ତୁ: ୭ ଜୈସ ଆତଙ୍କୀ ସଫା

ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରର ୯ଟି ଆତଙ୍କୀ ଆଡ୍ଡାକୁ ଭାରତୀୟ ସେନା ଟାର୍ଗେଟ କରି ଧ୍ୱଂସ କରିଥିଲା। ଆଜି ବି ଯେଉଁ ଆତଙ୍କବାଦୀମାନେ ନିହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ଜଣ ହାଫିଜ ମହମ୍ମଦ ଜାମିଲ ଓ ମହମ୍ମଦ ୟୁସୁଫ ଆଜହର ମାସୁଦ ଆଜହରର ସମ୍ପର୍କୀୟ ଅଟନ୍ତି।

ଅଧିକ ପଢନ୍ତୁ: ଧରାପଡିଲେ ଦୁଇ ପାକିସ୍ତାନୀ ପାଇଲଟ