ଆଜିର ତାରିଖ ୨୫ ମଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରାସବିହାରୀ ବୋଷ (୨୫ ମଇ ୧୮୮୬ – ୨୧ ଜାନୁଆରୀ ୧୯୪୫), ଜଣେ ଭାରତୀୟ ବିପ୍ଳବୀ ଯିଏ ବ୍ରିଟିଶ ଶାସନ ବିରୋଧରେ ‘ଗଦର’ ଏବଂ ‘ଆଜାଦ ହିନ୍ଦ ଫୌଜ’ର ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାସବିହାରୀ ବୋଷ ଜାପାନ ଯାଇ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଏବଂ ପରେ ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା କରିଥିଲେ।
୨. କରଣ ଜୋହର (୨୫ ମଇ ୧୯୭୨) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, କଷ୍ଟିଚ୍ୟୁମ୍ ଡିଜାଇନର, ଅଭିନେତା ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଯିଏ କି ହିନ୍ଦୀ ଚଳଚ୍ଚିତ୍ରରେ କାମ କରନ୍ତି। ଜୋହର ବ୍ଲକବଷ୍ଟର ରୋମାନ୍ସ କୁଛ କୁଛ ହୋତା ହୈ (୧୯୯୮) ଜରିଆରେ ନିର୍ଦ୍ଦେଶନା ଜୀବନ ଆରମ୍ଭ କରିଥିଲେ ଯାହା ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରିଥିଲା। ମାଇ ନେମ୍ ଇଜ୍ ଖାନ୍ (୨୦୧୦) ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଦ୍ୱିତୀୟ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. କୃଷ୍ଣଚନ୍ଦ୍ର ଗଜପତି (୨୬ ଅପ୍ରେଲ ୧୮୯୨ – ୨୫ ମଇ ୧୯୭୪) ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜନ୍ମିତ ଜଣେ ଶାସକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତିତ୍ୱ ଥିଲେ। ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ କୃଷ୍ଣଚନ୍ଦ୍ର ଦେବଙ୍କର ଦୁଇ ଗୋଟି ପୁତ୍ର ଥିଲେ। ସେ ରାଜକୀୟ ବିଳାସ ବ୍ୟସନଠାରୁ ଦୂରରେ ରହି ଜାତିସେବା ଜନସେବାକୁ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ୧୯୩୨ରେ ତାଙ୍କୁ ଓଡ଼ିଶା ସରକାର “ମହାରାଜା” ଉପାଧିରେ ଭୂଷିତ କରିଥିଲେ। ସେହି ବର୍ଷ ବ୍ରିଟିଶ ସରକାର ତାଙ୍କୁ କେସିଆଇ ଉପାଧି ମଧ୍ୟ ଦେଇଥିଲେ। ତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ LL. Dରେ ଭୂଷିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ଗାନ୍ଧୀ ଜୟନ୍ତୀ ୧୯୯୨ରେ ବିଜୁ ପଟ୍ଟନାୟକଙ୍କ ସମୟରେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମରେ ଗଜପତି ଜିଲ୍ଲା ଭାବରେ ନାମିତ ହେଲା। ତାଙ୍କୁ ନବ ଉତ୍କଳର ନିର୍ମାତା ବୋଲି ମଧ୍ୟ କୁହାଯାଏ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୧୯ – ଜାଭାରେ କେଲାଟ ଆଗ୍ନେୟଗିରି ବିସ୍ଫୋରଣ ହୋଇ ୧୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
୧୯୬୧ – ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ମହାକାଶ ଅଭିଯାନ ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ।
୧୯୬୩ – ଆଫ୍ରିକୀୟ ଇତିହାସରେ ପ୍ରଥମ ଥର ପାଇଁ ୨୫ ମଇ ୧୯୬୩ରେ ୩୨ଟି ଆଫ୍ରିକୀୟ ଦେଶ ଏକ ସଂଗଠନ “ଅର୍ଗାନାଇଜେସନ୍ ଅଫ୍ ଦି ଆଫ୍ରିକୀୟ ୟୁନିୟନ” ଗଠନ କରିଥିଲେ ଯାହାର ଉଦ୍ଦେଶ୍ୟ ଥିଲା ଆଫ୍ରିକୀୟ ଦେଶମାନଙ୍କୁ ଏକାଠି କରିବା।
୧୯୭୦ – ବୋଇଂ କମ୍ପ୍ୟୁଟର ସର୍ଭିସେସ୍ ପ୍ରତିଷ୍ଠା ହୋଇଥିଲା।
୧୯୮୫ – ବାଂଲାଦେଶରେ ବାତ୍ୟା ଯୋଗୁଁ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ।
୧୯୯୫ – ଆମେରିକୀୟ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଜୀବଜନ୍ତୁଙ୍କ ଡିଏନଏ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ।
୧୯୯୮ – ୟୁରୋପୀୟ ସଂଘର ସମସ୍ତ ୧୫ ଟି ସଦସ୍ୟ ରାଷ୍ଟ୍ର ପରମାଣୁ ପରୀକ୍ଷଣ କାରଣରୁ ଭାରତକୁ ନିଷିଦ୍ଧ ନ କରିବାକୁ ରାଜି ହୋଇଥିଲେ।
୨୦୦୩ – ଚିଲି ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟେନିସ୍ ଟାଇଟଲ ଜିତିଥିଲା।
୨୦୦୭ – ଶ୍ରୀଲଙ୍କା ସରକାର ତାମିଲ ଶରଣାର୍ଥୀଙ୍କ ନାଗରିକତା ଉପରେ ନୀତିଗତ ଅନୁମତି ପ୍ରଦାନ କରିଥିଲେ।
୨୦୦୮ – ଆମେରିକୀୟ ମହାକାଶ ଏଜେନ୍ସି ନାସା ଦ୍ୱାରା ପଠାଯାଇଥିବା ଏକ ରୋବଟ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା।