ଭୁବନେଶ୍ୱର, ୦୬/୦୬: ଚିନ୍ତା ବଢ଼ାଉଛି କରୋନା। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଆଜି ସୁଦ୍ଧା ସାରା ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୪ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସୁସ୍ଥ ହୋଇ ୪୭୨୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେରଳରେ ସର୍ବାଧିକ ୧୬୭୯ ଆକ୍ଟିଭ କେସ ଥିବା ବେଳେ ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬, ଦିଲ୍ଲୀରେ ୫୯୨, ମହାରାଷ୍ଟ୍ରରେ ୫୪୮, ଓ କର୍ଣ୍ଣାଟକରେ ୪୫୧ ଆକ୍ଟିଭ କେସ ରହିଛି।