୧୯୮୧ ମସିହାର ଛାତି ସେହି ଥରା ଘଟଣା: ୮୦୦ ଲୋକଙ୍କ ଯାଇଥିଲା ଜୀବନ

ଜାଣନ୍ତୁ କ’ଣ ଘଟିଥିଲା ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୬ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ମସ୍ତି ଭେଙ୍କଟେଶ ଆୟଙ୍ଗର (୬ ଜୁନ ୧୮୯୧ – ୬ ଜୁନ ୧୯୮୬), କନ୍ନଡ ଭାଷାର ଜଣେ ଜଣାଶୁଣା ଲେଖକ। କନ୍ନଡ଼ ଲେଖକମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟଙ୍ଗର ଚତୁର୍ଥ ଯିଏ କି ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

୨. ସୁନୀଲ ଦତ୍ତ (୬ ଜୁନ ୧୯୨୯ – ୨୫ ମଇ ୨୦୦୫), ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଏବଂ ରାଜନେତା। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରେଳ ଷ୍ଟେସନ ଯାହା ୧୯୫୫ ରେ ନିର୍ମିତ ହୋଇଥିଲା ଏବଂ ଫିଲ୍ମ ମଦର ଇଣ୍ଡିଆ (୧୯୫୭) ବହୁତ ହିଟ୍ ହୋଇଥିଲା। ଏହି ଫିଲ୍ମ ତାଙ୍କୁ ବଲିଉଡ ଷ୍ଟାର କରିଦେଇଥିଲା। ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଥିଲେ।

୩. ଦଗ୍ଗୁବତୀ ରାମାନାଇଡୁ (୬ ଜୁନ ୧୯୩୬ – ୧୮ ଫେବୃଆରୀ ୨୦୧୫), ଜଣେ ତେଲୁଗୁ ଚଳଚ୍ଚିତ୍ର ପ୍ରଯୋଜକ। ୧୩ଟି ଭାରତୀୟ ଭାଷାରେ ୧୫୦ରୁ ଅଧିକ ଚଳଚ୍ଚିତ୍ର ସହ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ସର୍ବାଧିକ ଚଳଚ୍ଚିତ୍ର ପାଇଁ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ୨୦୧୨ ମସିହାରେ ଭାରତ ସରକାର ରାମନାଇଡୁଙ୍କୁ ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଜର୍ନେଲ ସିଂ ଭିଣ୍ଡରାନୱାଲେ (୧୨ ଫେବୃଆରୀ ୧୯୪୭ – ୬ ଜୁନ ୧୯୮୪), ବିଶିଷ୍ଟ ଶିଖ୍ ଧାର୍ମିକ ଅନୁଷ୍ଠାନ ଦମଦମୀ ତକସଲର ନେତା। ସେ ଭାରତୀୟ ଇତିହାସରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ହୋଇ ରହିଥିବା ବେଳେ ଶିଖ ମାନଙ୍କର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଅକାଳ ତଖତ ତାଙ୍କୁ ଜଣେ ‘ସହିଦ’ ବୋଲି ବର୍ଣ୍ଣନା କରିଛନ୍ତି। ଜୁନ୍ ୧୯୮୪ରେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଥିବା ହରମନ୍ଦିର ସାହିବର କୋଠାରୁ ଜରନେଲ ସିଂ ଭିଣ୍ଡରାନୱାଲେ ଏବଂ ତାଙ୍କ ସଶସ୍ତ୍ର ଅନୁଗାମୀଙ୍କୁ ହଟାଇବା ପାଇଁ ଭାରତୀୟ ସେନା ଦ୍ୱାରା ଅପରେସନ ବ୍ଲୁ ଷ୍ଟାର କରାଯାଇଥିଲା।

୨. ମସ୍ତି ଭେଙ୍କଟେଶ ଆୟଙ୍ଗର (୬ ଜୁନ ୧୮୯୧ – ୬ ଜୁନ ୧୯୮୬), କନ୍ନଡ ଭାଷାର ଜଣେ ଜଣାଶୁଣା ଲେଖକ। କନ୍ନଡ଼ ଲେଖକମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟଙ୍ଗର ଚତୁର୍ଥ ଯିଏ କି ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୨୩ – ଗୁସ୍ତାଭ ଏରିକ୍ସନ ଭାସା ସ୍ୱିଡେନର ରାଜା ଭାବରେ ନିର୍ବାଚିତ ହୋଇଥିଲେ।

୧୬୭୪ – ୧୬୭୪ ମସିହାରେ ରାୟଗଡ ଦୁର୍ଗରେ ଶିବାଜୀ ମହାରାଜଙ୍କ ମୁକୁଟ ପିନ୍ଧି ଛତ୍ରପତି ଉପାଧି ଗ୍ରହଣ କରିଥିଲେ।

୧୮୦୮ – ନେପୋଲିୟନଙ୍କ ଭାଇ ଯୋଶେଫଙ୍କୁ ଏହି ଦିନ ସ୍ପେନର ରାଜା କରାଯାଇଥିଲା।

୧୯୧୬ – ଆମେରିକାର ଇଷ୍ଟ କ୍ଲିଭଲ୍ୟାଣ୍ଡରେ ମହିଳାମାନଙ୍କୁ ଏହି ଦିନ ଭୋଟ୍ ଦେବାର ଅଧିକାର ଦିଆଯାଇଥିଲା

୧୯୪୪ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ବାୟୁସେନା ଦକ୍ଷିଣ ଜାପାନର ଫୋକୋଲା ସହରରେ ବୋମାମାଡ଼ କରି ଜାପାନ ବିରୋଧରେ ବିମାନ ଆକ୍ରମଣ ଆରମ୍ଭ କରିଥିଲା।

୧୯୬୭ – ଆଜିର ଦିନରେ ଇସ୍ରାଏଲ ସେନା ଗାଜା କୁ ଦଖଲ କରିଥିଲା।

୧୯୮୧ – ବିହାରର ବାଗମତି ନଦୀରେ ଏକ ଟ୍ରେନ୍ ଖସି ପଡ଼ିବାରୁ ୧୦୦୦ ଲୋକଙ୍କ ମଧ୍ୟରୁ ୮୦୦ ଜଣଙ୍କ ମୃତ୍ୟୁ ହୋଇଥିଲା।

୧୯୯୭ – ବ୍ୟାଙ୍କକରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ୧୯୯୭ ମସିହାରେ ‘ବିଷ୍ଟେକ୍’ ନାମକ ଏକ ଅର୍ଥନୈତିକ ସହଯୋଗ ଗୋଷ୍ଠୀ ଗଠନ କରିଥିଲେ।

୨୦୦୨ – ଜାତିସଂଘ ନିରାପତ୍ତା ପରିଷଦ ସର୍ବସମ୍ମତିକ୍ରମେ ଅଲକାଏଦାକୁ ନିଷିଦ୍ଧ କରିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲା।

୨୦୦୫ – ଭାରତ ଓ ପାକିସ୍ତାନ ୨୦୦୫ରେ ଇରାନ ଗ୍ୟାସ ପାଇପଲାଇନ ଯୋଜନାରେ ରାଜି ହୋଇଥିଲେ।