ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କାର ସହ ଧକ୍କା ହେଲା ହାଇୱା

ଭୁବନେଶ୍ୱର, ୦୬/୦୬: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ତେବେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଟ୍ରକ୍ ସହ ଧକ୍କା ହୋଇଥିଲା ମନ୍ତ୍ରୀଙ୍କ ଗାଡ଼ି। ସୌର୍ଭାଗ୍ୟବଶତଃ ସେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ। ବାରଙ୍ଗ ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହାର କାରଣ ଅନୁସନ୍ଧାନ ଚଳାଇଛି।

ମନ୍ତ୍ରୀ ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ପୁଲିସ ମନ୍ତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା।