ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ଜମ୍ମୁ-କାଶ୍ମୀର ବିକାଶ ଫର୍ଦ୍ଦରେ ଯୋଡ଼ି ହେଲା ନୂଆ ଅଧ୍ୟାୟ
ନୂଆଦିଲ୍ଲୀ, ୦୬/୦୬: ଜମ୍ମୁ- କଶ୍ମୀରର ବିକାଶ ଫର୍ଦ୍ଦରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଦୀର୍ଘ ବର୍ଷର କଳ୍ପନା ଶେଷରେ ବାସ୍ତବ ରୂପ ନେଇଛି। ଦୁନିଆର ସବୁଠୁ ଉଚ୍ଚତମ ସେତୁ ଚେନାବ ବ୍ରିଜକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେତୁ ଦ୍ୱାରା ଦେଶର ଅନ୍ୟାନ୍ୟ ସ୍ଥାନକୁ ରେଳ ଯୋଗେ ସଂଯୋଗ ହେବ କାଶ୍ମୀର। ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ, ଅଞ୍ଜି ଖାଦ୍ ସେତୁ ଓ କାଶ୍ମୀରକୁ ପ୍ରଥମ କରି ସିଧାସଳଖ ରେଳ ସେବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଜମ୍ମୁ-କାଶ୍ମୀର ପାଇଁ ବ୍ୟାପକ ଭିତ୍ତିଭୂମି ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଟ୍ରାରେ ୪୬,୦୦୦ କୋଟି ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଉପସ୍ଥିତ ଥିଲେ।
ଉଦ୍ଧମପୁର-ଶ୍ରୀନଗର-ବାରାମୂଳା ରେଳ ଲିଙ୍କ ପ୍ରଜୋକ୍ଟ ଅଧିନରେ ଏହି ଚେନାବ ସେତୁ ନିର୍ମାଣ ହେଉଛି। ଏହି ପ୍ରଜୋକ୍ଟର ମୂଲ୍ୟ ପ୍ରାୟ ୪୩,୭୮୦ କୋଟି ଟଙ୍କା ଏବଂ ଏଥିରେ ୧୧୯ କିଲୋମିଟରର ୩୬ଟି ଟନେଲ ଏବଂ ୯୪୩ଟି ପୋଲ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କଶ୍ମୀରକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସର୍ବକାଳୀନ ଓ ନିରବଚ୍ଛିନ୍ନ ରେଳ ଯୋଗାଯୋଗ ସ୍ଥାପନ କରିବ।
୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନାବ ରେଳ ସେତୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁ ୨୭୨ କିଲୋମିଟର ବିଶିଷ୍ଟ ଲମ୍ବ। ଏହାର ଉଚ୍ଚତା ୩୫୯ ମିଟର ଏବଂ ୧୩୧୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଆଇଫିଲ ଟାୱାରଠାରୁ ୩୫ ମିଟର ଉଚ୍ଚ ଓ କୁତବ ମିନାରଠାରୁ ୫ ଗୁଣ ଅଧିକ ଉଚ୍ଚ।
ଏହି ସେତୁରେ ସବୁ ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ। ଶକ୍ତିଶାଳୀ ଭୂମିକମ୍ପକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପୋଲରେ ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ଯେଉଁଥିରେ ସହାୟକ ଘାଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କମ୍ ବେଗରେ ଟ୍ରେନ୍ ଚଳାଚଳ ଜାରି ରଖିବାର କ୍ଷମତା ରହିଛି।