ଖାଦ୍ୟ ବଞ୍ଚାନ୍ତୁ ଜୀବନ ବଞ୍ଚାନ୍ତୁ: ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୭ ମଇ ୨୦୨୫

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ: ପ୍ରତି ବର୍ଷ ଜୁନ ୭ ତାରିଖରେ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ। ଯେକୌଣସି ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ସମ୍ଭାବ୍ୟ ଦୁର୍ଘଟଣା ସମୟରେ ଖାଦ୍ୟ ସୁରକ୍ଷିତ ଥିଲେ ତାହା କାର୍ଯ୍ୟରେ ଆସେ। ଏପରିକି ଖାଦ୍ୟକୁ ନ‌ ଫୋପାଡ଼ି ତାହା ଦରକାର କରୁଥିବା ଲୋକ କିମ୍ବା ଜୀବଙ୍କ ମଧ୍ୟରେ ବଣ୍ଟନ କଲେ ତାହା ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିତ କରେ। ଖାଦ୍ୟ ସୁରକ୍ଷା ଜୀବନ ମଧ୍ୟ ବଞ୍ଚାଇଥାଏ। ଏହା କେବଳ ଖାଦ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ନୁହେଁ, ବରଂ ଏହା ଖାଦ୍ୟଜନିତ ରୋଗକୁ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତିବର୍ଷ ପ୍ରାୟ ୨୦୦ ପ୍ରକାର ଖାଦ୍ୟ ଜନିତ ରୋଗ ଯୋଗୁ ୬୦୦ ନିୟୁତ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଏଭଳି ରୋଗ ପ୍ରାୟତଃ ଗରିବ ଓ ଯୁବବର୍ଗଙ୍କୁ ହୋଇଥାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ମୁଡୁମବାଇ ସେଶାଚାଲୁ ନରସିଂହନ (୭ ଜୁନ ୧୯୩୨ – ୧୫ ମଇ ୨୦୨୧), ଜଣେ ଭାରତୀୟ ଗଣିତଜ୍ଞ। ସେ ମୁଖ୍ୟତଃ ସଂଖ୍ୟା ସିଦ୍ଧାନ୍ତ, ବୀଜଗଣିତ ଏବଂ ସମୀକରଣ କରୁଥିଲେ। ନରସିଂହନଙ୍କୁ ୧୯୯୦ ମସିହାରେ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

୨. ରାୟପତି ସାମ୍ବାଶିବ ରାଓ, ଜଣେ ରାଜନୀତିଜ୍ଞ। ସେ ୫ ଥର ଲୋକସଭାର ସଦସ୍ୟ ହୋଇଥିଲେ। ୩୯ ବର୍ଷ ବୟସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସର୍ବକନିଷ୍ଠ ସଦସ୍ୟଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। ସେ ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ଥିଲେ।

୩. ଏକତା କପୁର, ଜଣେ ଭାରତୀୟ ଟେଲିଭିଜନ ପ୍ରଯୋଜିକା, ଚଳଚ୍ଚିତ୍ର ପ୍ରଯୋଜିକା, ପରିଚାଳନା ନିର୍ଦ୍ଦେଶକ ଏବଂ ବାଲାଜୀ ଟେଲିଫିଲ୍ମସ ଲିମିଟେଡର କ୍ରିଏଟିଭ ମୁଖ୍ୟ। ଏକତା କପୁର ହେଉଛନ୍ତି ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ । କଳା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାର ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ବସାପ୍ପା ଦାନାପ୍ପା ଜଟି (୧୦ ସେପ୍ଟେମ୍ବର ୧୯୧୨ – ୭ ଜୁନ ୨୦୦୨), ଫଖରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ମୃତ୍ୟୁ ସମୟରେ ଦେଶର ପଞ୍ଚମ ଉପରାଷ୍ଟ୍ରପତି ଏବଂ ଫଖରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ମୃତ୍ୟୁ ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ ଭାରତର ନିର୍ବାଚିତ ରାଷ୍ଟ୍ରପତି ନଥିଲେ। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୧ ଫେବୃଆରୀ ୧୯୭୭ରୁ ୨୫ ଜୁଲାଇ ୧୯୭୭ ପର୍ଯ୍ୟନ୍ତ ରହିଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୩୯ – ବକ୍ସର ନିକଟସ୍ଥ ଚୌସା ଯୁଦ୍ଧରେ ଆଫଗାନିସ୍ତାନ ଶେର ଶାହ ସୁରି ମୋଗଲ ସମ୍ରାଟ ହୁମାୟୁନଙ୍କୁ ପରାସ୍ତ କରିଥିଲେ।

୧୫୪୬ – ଇଂଲଣ୍ଡ ଏହି ଦିନ ସ୍କଟଲାଣ୍ଡ/ଆୟର୍ଲାଣ୍ଡ ସହ ଆଣ୍ଡ୍ରେସ ଶାନ୍ତି ଚୁକ୍ତି କରିଥିଲା।

୧୬୯୨ – କାରିବିଆନ୍ ଦେଶ ଜାମାଇକାର ପୋର୍ଟ ରୟାଲରେ ଭୂମିକମ୍ପ ଯୋଗୁଁ ୩ ହଜାର ଲୋକ ପ୍ରାଣ ହରାଇଥିଲେ।

୧୮୬୨ – ୧୮୬୨ ମସିହାରେ ଆମେରିକା ଓ ବ୍ରିଟେନ ଦାସ ବାଣିଜ୍ୟ ବନ୍ଦ କରିବାକୁ ରାଜି ହୋଇଥିଲେ।

୧୮୬୪ – ଆବ୍ରାହାମ ଲିଙ୍କନ ୧୮୬୪ ମସିହାରେ ଆଜିର ଦିନରେ ରିପବ୍ଲିକାନ ପାର୍ଟିରୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ମନୋନୀତ ହୋଇଥିଲେ।

୧୯୨୯ – ଭାଟିକାନ ସିଟି ଆଜିର ଦିନରେ ଏକ ସାର୍ବଭୌମ ରାଷ୍ଟ୍ର ରେ ପରିଣତ ହୋଇଥିଲା।

୧୯୩୯ – ଷଷ୍ଠ ଜର୍ଜ ଏବଂ ଏଲିଜାବେଥ ବ୍ରିଟେନର ପ୍ରଥମ ରାଜା ଓ ରାଣୀ ଭାବେ ଆମେରିକା ଗସ୍ତ କରିଥିଲେ।

୧୯୬୬ – ସୋନି କର୍ପୋରେସନ୍ ୧୯୬୬ମସିହାରେ ଏହାର ନୂଆ ଭିଡିଓଟେପ୍ ରେକର୍ଡର ପ୍ରଚଳନ କରିଥିଲା।

୧୯୭୫ – ଲଣ୍ଡନର ଲର୍ଡସ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା।

୧୯୭୯ – ଭାରତର ଦ୍ୱିତୀୟ ଉପଗ୍ରହ ଭାସ୍କର-୧ କୁ ଆଜିର ଦିନରେ ସୋଭିଏତ ୟୁନିୟନର ବିୟର୍ସ ହ୍ରଦରୁ ଉତକ୍ଷେପଣ କରାଯାଇଥିଲା।

୧୯୯୯ – ୧୯୫୫ ପରେ ଇଣ୍ଡୋନେସିଆରେ ପ୍ରଥମ ଥର ପାଇଁ ଗଣତାନ୍ତ୍ରିକ ନିର୍ବାଚନ ହୋଇଥିଲା।

୨୦୦୪ – ଇସ୍ରାଏଲ କ୍ୟାବିନେଟ୍ ଗାଜା ଅଞ୍ଚଳରୁ ବସ୍ତି ହଟାଇବା ପ୍ରସ୍ତାବକୁ ଅନୁମୋଦନ କରିଥିଲା।