ଓଡ଼ିଶାର ଲୌହମାନବୀଙ୍କ ଜନ୍ମ ଦିବସ

ଅଧିକ ଜାଣନ୍ତୁ ତାଙ୍କ ବିଷୟରେ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୯ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧ – ୪ ଅଗଷ୍ଟ ୨୦୦୬), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ। ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। ସେ ଥିଲେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ[୩] ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା। ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ। ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୧୯୭୭ରୁ ୧୯୮୦ ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉତ୍କଳ ପ୍ରଦେଶ କଂଗ୍ରେସ ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ। ପରେ ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।। ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ। ୧୯୯୫ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ ମଧ୍ୟ ପାଇଥିଲେ।

 

୨. ରାମଚନ୍ଦ୍ର ଗାନ୍ଧୀ (୯ ଜୁନ୍ ୧୯୩୭ – ୧୩ ଜୁନ୍ ୨୦୦୭), ଜଣେ ଭାରତୀୟ ଦାର୍ଶନିକ। ସେ ଦେବଦାସ ଗାନ୍ଧୀ (ମହାତ୍ମା ଗାନ୍ଧୀଙ୍କ ସାନ ପୁଅ)ଙ୍କ ପୁଅ ଥିଲେ। ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗ ପ୍ରତିଷ୍ଠା କରିଥିଲେ। ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱବିଦ୍ୟାଳୟ, କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରାଲ୍ ଷ୍ଟଡିଜ୍ ଏବଂ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।

୩. କିରଣ ବେଦୀ, ଜଣେ ଭାରତୀୟ ରାଜନେତା, ସାମାଜିକ କର୍ମୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଟେନିସ୍ ଖେଳାଳି ଥିଲେ। ୨୮ ମଇ ୨୦୧୬ରୁ ୧୬ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ପୁଡୁଚେରୀର ୨୪ତମ ଉପରାଜ୍ୟପାଳ ଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ କି ଜଣେ ଭାରତୀୟ ପୋଲିସ ସେବା ଅଧିକାରୀ ହୋଇଥିଲେ।

୪. ବି ଜୟଶ୍ରୀ (୯ ଜୁନ ୧୯୫୦), ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ଗାୟିକା। ସେ ୧୯୭୬ ମସିହାରେ ସ୍ଥାପିତ ବାଙ୍ଗାଲୋରସ୍ଥିତ ସ୍ପନ୍ଦନ ଥିଏଟରର ସୃଜନଶୀଳ ନିର୍ଦ୍ଦେଶକ ଅଟନ୍ତି। ୨୦୧୩ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରାଜ ଖୋସଲା (୩୧ ମଇ ୧୯୨୫ – ୯ ଜୁନ ୧୯୯୧), ୧୯୫୦ ରୁ ୧୯୮୦ ଦଶକ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ରର ଅନ୍ୟତମ ଶୀର୍ଷ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର। ସେ ଫିଲ୍ମଫେୟାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୨. ଏନ୍ ଜି ରଙ୍ଗା (୭ ନଭେମ୍ବର ୧୯୦୦ – ୯ ଜୁନ୍ ୧୯୯୫), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାଂସଦ ଏବଂ ସ୍ୱାଧୀନ ପାର୍ଟିର ପ୍ରତିଷ୍ଠାତା ସଭାପତି। ତାଙ୍କୁ ଭାରତୀୟ କୃଷକ ଆନ୍ଦୋଳନର ଜନକ ଭାବରେ ବିବେଚନା କରାଯାଏ।

୩. ଏମ୍ ଏଫ୍ ହୁସେନ୍ (୧୭ ସେପ୍ଟେମ୍ବର ୧୯୧୫ – ୯ ଜୁନ୍ ୨୦୧୧), ଜଣେ ଚିତ୍ରକର ଥିଲେ। ଭାରତ ସରକାରଙ୍କ ଦ୍ୱାରା ୧୯୬୬ରେ ପଦ୍ମଶ୍ରୀ, ୧୯୭୩ରେ ପଦ୍ମଭୂଷଣ ଏବଂ ୧୯୯୧ରେ ପଦ୍ମବିଭୂଷଣ ପୁରସ୍କାର ପାଇଛନ୍ତି।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୨୦ – ସ୍ୱିଡେନ ଏବଂ ଡେନମାର୍କ ମଧ୍ୟରେ ତୃତୀୟ ଷ୍ଟକହୋମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୩୧ – ଏହି ଦିନ ଡୋନାଲ୍ଡ ଡକ୍ କାର୍ଟୁନ୍ ପ୍ରଥମେ ପ୍ରଦର୍ଶିତ ହୋଇଥିଲା।

୧୯୪୦ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନରୱେ ଜର୍ମାନୀ ଆଗରେ ଆତ୍ମସମର୍ପଣ କରିଥିଲା।

୧୯୪୫ – ବ୍ରୁନେଇ ଉପସାଗରର ଉତ୍ତର ବୋର୍ନିଓ ଅଞ୍ଚଳରେ ଅଷ୍ଟ୍ରେଲୀୟ ସେନା ପ୍ରବେଶ କରିଥିଲା।

୨୦୦୧ – ଲିଆଣ୍ଡର ପେସ୍ ଏବଂ ମହେଶ ଭୂପତିଙ୍କ ଯୋଡ଼ି ଫ୍ରେଞ୍ଚ ଓପନର ଡବଲ୍ସ ଟାଇଟଲ ଜିତିଥିଲେ।

୨୦୦୮ – କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ୨୦୦୮ରେ ଚଣ୍ଡିଗଡ଼କୁ ତମାଖୁ ମୁକ୍ତ ଘୋଷଣା କରିଥିଲା।

୨୦୦୮ – ୨୦୦୮ରେ ନବମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା) ପୁରସ୍କାର ଉତ୍ସବରେ ଚଳଚ୍ଚିତ୍ର ‘ଚକ୍ ଦେ ଇଣ୍ଡିଆ’ ପାଇଁ ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।