ନୂଆଦିଲ୍ଲୀ, ୨୬/୦୬: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବୀନ ପଟ୍ଟନାୟକ ବର୍ତ୍ତମାନ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୋଦି। ନବୀନଙ୍କ ଆଶୁ ଆରୋଗ୍ୟ ସହ ସମ୍ପୂର୍ଣ୍ଣ ସୁସ୍ଥତା କାମନା କରିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ୨୨ ତାରିଖରେ କୋକିଲାବେନ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ହୋଇଥିଲା। ଗତ କାଲି ଆଇସିୟୁରୁ ରୁମକୁ ସିଫ୍ଟ କରାଯାଇଛି। ଆଜି ତାଙ୍କର ଫିଜିଓଥେରାପି ହୋଇଛି। ଧିରେ ଧିରେ ଚାଲି ପାରୁଛନ୍ତି ନବୀନ। ସର୍ଜରୀ ପରେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ନବୀନ। ଚିକିତ୍ସା ପାଇଁ ଗତ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ। ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶାକୁ ଫେରିବାର ଆଶା ରହିଛି।