ଜେରୁଜେଲମ, ୨୭/୦୬: ଆଟାକ ଉପରେ ଆଟାକ। ଇରାନ ଉପରେ ଆଟାକ ବନ୍ଦ ହେବା ପରେ ଏବେ ଲେବାନନ ଉପରେ ଆଟାକ କରିଛି ଇସ୍ରାଏଲ। ଇସ୍ରାଏଲର ବାୟୁସେନା ଦକ୍ଷିଣ ଲେବାନନ ଉପରେ ଏୟାର ଷ୍ଟ୍ରାଇକ କରିଛି। ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀର ବିଉଫୋର୍ଟ ରିଜରେ ଥିବା ଅଣ୍ଡରଗ୍ରାଉଣ୍ଡ କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରି ଏହି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ବିଉଫୋର୍ଟ ରିଜରେ ଆତଙ୍କବାଦ ଭିତ୍ତିଭୂମି ନିର୍ମାଣ ଇସ୍ରାଏଲ-ଲେବାନନ ବୁଝାମଣାକୁ ବିରୋଧ କରିଛି ଆଇଡିଏଫ। ଏହି ଆକ୍ରମଣରେ ଲେବାନନର ଜଣେ ମୃତ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ୧୯୮୨ ମସିହାରେ ବିଉଫୋର୍ଟ ରିଜରେ ଥିବା ଏକ ପ୍ରମୁଖ ଆଉଟପୋଷ୍ଟ ଅକ୍ତିଆର କରି ନେଇଥିଲା ଇସ୍ରାଏଲ। ଇସ୍ରାଏଲ ଲେବାନନ ରାଜିନାମା ପରେ ୨୦୦୦ ମସିହାରେ ବିଉଫୋର୍ଟ ରିଜ ଫେରାଇ ଥିଲା ଇସ୍ରାଏଲ। ପୂର୍ବରୁ ଇସ୍ରାଏଲ ଆକ୍ରମଣ କରି ହିଜବୁଲ୍ଲାର ଭିତ୍ତିଭୂମିକୁ ନଷ୍ଟ ରି ଦେଇଥିଲା। ହେଲେ ଏବେ ହିଜବୁଲ୍ଲା ପୁଣି ଭିତ୍ତିଭୂମି ନିର୍ମାଣ କରିଥିବାରୁ ଆଇଡିଏଫ ଆକ୍ରମଣ କରିଛି। ନିକଟରେ ଲେବାନନର ହୌଲା ସହର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ।