ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ

ନୂଆଦିଲ୍ଲୀ: ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି।

ପେଟ ଖରାପ କିମ୍ବା ବଦହଜମୀ ହେଲେ ଡାକ୍ତର ରେନିଟିଡାଇନ(Ranitidine)କୁ ଖାଇବାକୁ ଲେଖିଥାନ୍ତି। ଏହି ଟାବ୍ଲେଟ୍ ଏସିଲୋକ, ଜିନେଟାକ୍ ଏବଂ ରାଣ୍ଟାକ ଭଳି ନାଁରେ ବିକ୍ରି ହୋଇଥାଏ। ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି।

ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ବାହାର କରିଦିଆଯାଇଛି। ଅତ୍ୟାବଶ୍ୟକୀୟ ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା-

  1. Alteplase
    2. Atenolol
    3. Bleaching Powder
    4. Capreomycin
    5. Cetrimide
    6. Chlorpheniramine
    7. Diloxanide furoate
    8. Dimercaprol
    9. Erythromycin
    10. Ethinylestradiol
    11. Ethinylestradiol(A) Norethisterone (B)
    12. Ganciclovir
    13. Kanamycin
    14. Lamivudine (A) + Nevirapine (B) + Stavudine (C)
    15. Leflunomide
    16. Methyldopa
    17. Nicotinamide
    18. Pegylated interferon alfa 2a, Pegylated interferon alfa 2b
    19. Pentamidine
    20. Prilocaine (A) + Lignocaine (B)
    21. Procarbazine
    22. Ranitidine
    23. Rifabutin
    24. Stavudine (A) + Lamivudine (B) 25. Sucralfate
    26. White Petrolatum