ଦିଲ୍ଲୀରେ ଡେଙ୍ଗୁ ଅଣାୟତ

ଦିଲ୍ଲୀରେ ଅଣାୟତ ଡେଙ୍ଗୁ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ଏବେସୁଦ୍ଧା ଏଠାରେ ମୋଟ୍ ମାମଲା ୩୦୦ ଛୁଇଁଛି । ଗତ ଏକ ସପ୍ତାହରେ ମୋଟ୍ ୫୧ ମାମଲା ସାମ୍ନାକୁ ଆସିଛି ।

ଚଳିତ ବର୍ଷ ସେପ୍ଟେମ୍ବର ୯ ସୁଦ୍ଧା ୨୯୫ ଡେଙ୍ଗୁ ମାମଲା ଏଠାରେ ଆସିଥିଲା । କେବଳ ଅଗଷ୍ଟରେ ୭୫ ମାମଲା ସାମ୍ନାକୁ ଆସିଛି । ୨୦୧୭ ପରେ ଏହା ଜାନୁଆରୀ ୧ରୁ ସେପ୍ଟେମ୍ବର ୯ ମଧ୍ୟରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲା ଅଟେ । ସେତେବେଳେ ଏହି ମାମଲା ୧୧୧୭ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ଦିଲ୍ଲୀରେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନାହିଁ । ତେବେ ୨୦୧୮ରେ ଦିଲ୍ଲୀରେ ୧୩୭ ମାମଲା, ୨୦୧୯ରେ ୧୨୨, ୨୦୨୦ରେ ୯୬ ଓ ୨୦୨୧ରେ ୧୨୪ ମାମଲା ଚିହ୍ନଟ ହୋଇଥିଲା ।