ନୂଆଦିଲ୍ଲୀ, ୧୩/୦୭: ରାଜ୍ୟସଭାକୁ ଯିବେ ୪ ଜଣ ବିଶିଷ୍ଟ ବ୍ୟକ୍ତି। ସେମାନଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେମାନେ ହେଉଛନ୍ତି ବିଶିଷ୍ଟ ଓକିଲ ଉଜ୍ଜ୍ବଳ ଦେଓରାଓ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ରାଜନୈତିକ ବିଶେଷଜ୍ଞ ତଥା ଇତିହାସବିତ୍ ଡ଼ଃ ମୀନାକ୍ଷୀ ଜୈନ ଏବଂ ଶିକ୍ଷାବିତ୍ ଶ୍ରୀ ସଦାନନ୍ଦନ ମାଷ୍ଟରଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।