ଦିଲ୍ଲୀରେ ରିୟରସିଟ୍ ବେଲ୍ଟ ପିନ୍ଧିବା ହେଲା ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ଗଣିବେ ଜରିମନା

ନୂଆଦିଲ୍ଲୀ ୧୫।୯: ଏବେ କାରର ପଛ ସିଟ୍‌ରେ ବସିଲେବି ସିଟ୍‌ ବେଲ୍ଟ ପିନ୍ଧି ବସିବାକୁ ହେବ, ନଚେତ ଟ୍ରାଫିକ ଫାଇନର ସମ୍ମୁଖୀନ ହେବାକୁ ହେବ। ଦିଲ୍ଲୀ ଟ୍ରାଫିକ ପୋଲିସ  ସଡ଼କ ସୁରକ୍ଷା ପ୍ରୟାସକୁ ଦ୍ରୁତ କରିବା ସହ ଅଭିଯାନ ଆରମ୍ଭ କରିଛି। ଏଥିରେ କାର ପଛସିଟ୍‌ରେ ବସିଲେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମନା ହୋଇପାରେ।

ବିଶେଷ ଅଭିଯାନର ପ୍ରଥମ ଦିନ ଦିଲ୍ଲୀର କନ୍ନଟ ପ୍ଲେସ୍ ନିକଟସ୍ଥ ବାରାଖମ୍ବା ରୋଡରେ ଚେକିଙ୍ଗ କରାଯାଇଥିଲା।  ମୋଟର ବାହାନ ଅଧିନିୟମ ଧାରା ୧୯୪-ବିରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚରେ ମୋଟ ୧୭ଟି ଚାଲାଣ କଟିଥିବା ବେଳେ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମନା କରାଯାଇଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।