ଉନବିଂଶ ଶତାବ୍ଦୀ ଥିଲା କେବଳ ଜନଜାତିଙ୍କ ସ୍ଵାଧୀନତା ସଂଗ୍ରାମ

ଜିଏମ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର

ସମ୍ବଲପୁର,୧୫/୭: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଇତିହାସ ଓ ନୃତତ୍ତ୍ୱ ବିଭାଗର ମିଳିତ ସହଯୋଗରେ ଏବଂ ଆଇ.ସି.ଏସ୍.ଏସ୍. ଆର୍ ଆର୍ଥିକ ସହାୟତାରେ ଆୟୋଜିତ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମତ ରଖିଥିଲେ ଯେ ଉନବିଂଶ ଶତାବ୍ଦୀ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଓଡ଼ିଶାରେ ଜନଜାତିମାନେ ହିଁ ସ୍ଵାଧୀନତାର ଅନ୍ତସ୍ୱରକୁ ଉଜ୍ଜୀବିତ କରି ରଖିଥିଲେ। ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ଜନଜାତିମାନେ ଆନ୍ଦୋଳନ ଓ ବିଦ୍ରୋହ ମାଧ୍ୟମରେ ଇଂରେଜ ସରକାରକୁ ଥରହର କରିଦେଇ ଥିଲେ। ବିଶିଷ୍ଟ ନୃତତ୍ତ୍ୱବିଦ୍ ପ୍ରଫେସର ଦୀପକ କୁମାର ବେହେରା ଜନଜାତିଙ୍କ ଅଭିବୃଦ୍ଧିରେ ଦେଶର ସମୃଦ୍ଧି ନିର୍ଭର କରେ ବୋଲି କହିଥିଲେ। କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସଙ୍କ ସଭାପତିତ୍ବରେ ତଥା ଡଃ ପରମତପ ପ୍ରଧାନଙ୍କ ସଂଯୋଜନାରେ ଏହି ଜାତୀୟ ଆଲୋଚନାଚକ୍ରର ବିଭିନ୍ନ ଅଧିବେଶନରେ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଡଃ ଅତୁଲ କୁମାର ପ୍ରଧାନ, ଡଃ ସନ୍ତୋଷ କୁମାର ମଲ୍ଲିକ, ଡଃ ମୀନକେତନ ବାଗ , ଡଃ ବିଭୁ କଲ୍ୟାଣ ମହାନ୍ତି, ଡଃ ମୀରା ସାଇଁ ଆଦି ନିଜସ୍ଵ ମତ ଉପସ୍ଥାପନ କରି ଥିଲେ।