ପାକିସ୍ତାନକୁ ହରାଇ ଭାରତ ଏସିଆ କପ୍ ଚାମ୍ପିଅନ

ବିନା ଟ୍ରଫିରେ ବିଜୟ ଉତ୍ସବ ପାଳିଲା ଭାରତ, ଏସିସି ଅଧ୍ୟକ୍ଷ ନେଇଗଲେ ଟ୍ରଫି ଓ ପଦକ

ନୂଆଦିଲ୍ଲୀ,୨୯/୯: ଭାରତୀୟ କ୍ରିକେଟ୍ ଦଳ ୨୦୨୫ ଟି-୨୦ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। କିନ୍ତୁ ଏଥର ଦୁବାଇର କ୍ରିକେଟ ପଡିଆରେ ପୁଣି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତ ଚାମ୍ପିଅନ ହୋଇଥିବା ବେଳେ ବିନା ଟ୍ରଫିରେ ଉତ୍ସବ ମନାଇଛି। ନା ଥିଲା ବେକରେ ପଦକ ନା ଥିଲା ହାତରେ ଟ୍ରଫି।

ଭାରତ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ମୋହସିନ୍ ନକଭିଙ୍କଠାରୁ ଏସିଆ କପ୍ ନେବାକୁ ମନା କରିଦେଇଥିଲା। ନକଭି ଏସୀୟ କ୍ରିକେଟ୍ ପରିଷଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତ ଏହି ମତ ଗ୍ରହଣ କରିବ ବୋଲି ବହୁଳ ଭାବରେ ଅନୁମାନ କରାଯାଉଥିଲା। ପାକିସ୍ତାନରେ ଗୃହ ମନ୍ତ୍ରୀ ରହିଛନ୍ତି ନକଭି। ଭାରତକୁ ପରମାଣୁ ଆକ୍ରମଣ ଧମକ ଦେବା ସହିତ ସେ ଟୁର୍ଣ୍ଣାମେଣ୍ଟ ସମୟରେ ଉତ୍ତେଜକପୂର୍ଣ୍ଣ ଭାବରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ପରେ ଭାରତ ଏପରି ନିଷ୍ପତ୍ତି ନେଇଛି। ତେଣୁ ଭାରତର ଏହି ନିଷ୍ପତ୍ତି ପାକିସ୍ତାନ ଟିମକୁ ଏକ ଶକ୍ତ ଚାପୁଡ଼ା ସଦୃଶ ଥିଲା।

ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ମେ ମାସରେ ଭାରତର ଅପରେସନ ସିନ୍ଦୂର ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଥମିନାହିଁ। ଏହାର ଝଲକ କ୍ରିକେଟ ପଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଭାରତୀୟ ଟିମ୍ ହ୍ୟାଣ୍ଡସେକ୍ ନ କରିବାକୁ ନେଇ ବିବାଦ ଦେଖାଦେବା ପରେ ପୁଣି ଏଥର ଟ୍ରଫି ନ ନେବା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି।

ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ କରିଛନ୍ତି ଯେ ଆମେ ଏକ ଦଳ ଭାବରେ (ମୋହସିନ ନକଭିଙ୍କଠାରୁ) ଟ୍ରଫି ନ ନେବାକୁ ନିଷ୍ପତ୍ତି ନେଇଥିଲୁ। କେହି ଆମକୁ ଏପରି କରିବାକୁ କହିନଥିଲେ। କିନ୍ତୁ ମୁଁ ଭାବୁଛି ଯେ ଯେଉଁ ଦଳ ଟୁର୍ଣ୍ଣାମେଣ୍ଟ ଜିତିଥାଏ ସେମାନେ ଟ୍ରଫି ପାଇବାକୁ ଯୋଗ୍ୟ। କିନ୍ତୁ ସେମାନଙ୍କ ନିଷ୍ପତ୍ତି ଯୋଗୁଁ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇ ନାହିଁ।

ଭାରତ ଅଧିକାରୀମାନଙ୍କୁ ଜଣାଇଥିଲା ଯେ ସେମାନେ ନକଭିଙ୍କ ସହ ମଞ୍ଚ ସେୟାର କରୁଥିବା ଏମିରେଟ୍ସ କ୍ରିକେଟ୍ ବୋର୍ଡ ଉପାଧ୍ୟକ୍ଷ ଖାଲିଦ ଅଲ୍ ଜାରୁନିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ଇଚ୍ଛୁକ। କିନ୍ତୁ, ନକଭି ଏହାକୁ ହେବାକୁ ଦେଇ ନଥିଲେ।

ଯେତେବେଳେ ପାକିସ୍ତାନ ଖେଳାଳିମାନଙ୍କୁ ସେମାନଙ୍କର ରନର୍ସ-ଅପ୍ ପଦକ ପ୍ରଦାନ କରାଯାଇଥିଲା ଏବଂ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ପ୍ଲେୟାର ଅଫ୍ ଦି ସିରିଜ୍ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ସଂଗ୍ରହ କରିଥିଲେ, ସେହିପରି ରବିବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟ୍ରଫି ଗ୍ରହଣ କରିନଥିଲେ।

ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଭାରତକୁ ହାତ ମିଳାଇବାରେ ପ୍ରତ୍ୟାଖ୍ୟାନ ଏବଂ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବା ନିଷ୍ପତ୍ତି ପାଇଁ ସମାଲୋଚନା କରିଛନ୍ତି। “ଭାରତ ଆମ ସହିତ ଯାହା କଲା (ହାତ ମିଳାଇ ନାହିଁ, ମୋହସିନ ନକଭିଙ୍କଠାରୁ ଟ୍ରଫି ନେଇ ନାହିଁ) – ସେମାନେ କେବଳ ଆମକୁ ଅସମ୍ମାନ କରୁଛନ୍ତି ନାହିଁ, ସେମାନେ କ୍ରିକେଟ୍ ଖେଳକୁ ମଧ୍ୟ ଅସମ୍ମାନ କରୁଛନ୍ତି। ଏହାକୁ ଦେଖି, ଯଦି ଅନ୍ୟ ଦଳଗୁଡ଼ିକ ମଧ୍ୟ ସମାନ କରିବା ଆରମ୍ଭ କରନ୍ତି ସେତେବେଳେ କଣ ହେବ? ଆମେ କେଉଁଠାରେ ରେଖା ଟାଣିବୁ, ଏହା କେଉଁଠାରେ ବନ୍ଦ ହେବ? କ୍ରିକେଟରମାନେ ଆଦର୍ଶ ହେବା କଥା; ପଡ଼ିଆରେ ଏହି ପ୍ରକାରର ଆଚରଣ ଦେଖି ପିଲାମାନେ କ’ଣ ଶିଖିବେ? ଏହି ଟୁର୍ଣ୍ଣାମେଣ୍ଟରେ ଯାହା ଘଟିଥିଲା ତାହା ବହୁତ ଖରାପ ଥିଲା,” ବୋଲି ଆହୁରି କହିଛନ୍ତି।

ଟ୍ରଫି ବିତରଣ ସମୟରେ ବାଂଲାଦେଶ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ନକଭି, ଏମିରେଟ୍ସ କ୍ରିକେଟ୍ ବୋର୍ଡର ଉପାଧ୍ୟକ୍ଷ ଖାଲିଦ ଅଲ୍ ଜାରୁନି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିଙ୍କ ସମେତ ଆଠ ଜଣ ବିଶିଷ୍ଟ ବ୍ୟକ୍ତି ଭାରତୀୟ ଖେଳାଳିମାନଙ୍କୁ ଆଗକୁ ଆସି ଟ୍ରଫି ଗ୍ରହଣ କରିବାକୁ ଅପେକ୍ଷା କରିଥିଲେ। କିନ୍ତୁ ଯେତେବେଳେ ଭାରତୀୟ ଦଳ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ଜଣାପଡ଼ିଲା, ସେମାନେ ମଞ୍ଚ ଛାଡ଼ି ଘୋଷଣା କଲେ ଯେ ଭାରତ ଏହାକୁ ଗ୍ରହଣ କରିବାକୁ ଆନୁଷ୍ଠାନିକ ଭାବରେ ମନା କରିଦେଇଛି।

ଭାରତ ଟ୍ରଫି ନେବାକୁ ମନା କରିବାରୁ ନକଭି ଏହାକୁ ନିଜ ସହିତ ନେଇ ଯାଇଥିଲେ। ବିଜେତା ଟିମର ଟ୍ରଫି ସହ ପଦକ ମଧ୍ୟ ନିଜ ସହିତ ଡ୍ରେସିଂ ରୁମକୁ ନେଇ ଯାଇଥିଲେ।

ସେମାନଙ୍କ ପ୍ରସ୍ଥାନ ପରେ ହିଁ ଭାରତୀୟ ଦଳ ମଞ୍ଚକୁ ଫେରିଲା। କନଫେଟି ରିଲିଜ୍ ହେଲା, ବିଜୟ ଗୀତ ବାଜିଲା, ଏବଂ ଖେଳାଳିମାନେ ପ୍ରଶଂସକଙ୍କ ସହିତ ଉତ୍ସବ ପାଳନ କରି ଫଟୋଗ୍ରାଫ୍ ପାଇଁ ପୋଜ୍ ଦେଲେ। ଟିମ୍ ଟ୍ରଫି ନ ଧରି ନିଜସ୍ୱ ଢ଼ଙ୍ଗରେ ପୋଜ୍ ଦେଇଥିଲା।