ନୂଆଦିଲ୍ଲୀ, ୨୯/୯: ଭାରତୀୟ କ୍ରିକେଟ୍ ଟିମ୍ ଏକ ଜବରଦସ୍ତ ପ୍ରଦର୍ଶନ ସହିତ ପାକିସ୍ତାନକୁ ୨୦୨୫ ଟି-୨୦ ଏସିଆ କପ୍ ଫାଇନାଲରେ ୫ ଓ୍ଵିକେଟରେ ପରାସ୍ତ କରି ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଛି। ଏସିଆ କପ୍ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଭାରତୀୟ ଟିମ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ପାକିସ୍ତାନକୁ ହରାଇବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ସମସ୍ତ ମ୍ୟାଚ୍ର ମୋର ମ୍ୟାଚ୍ ଫି’ ଭାରତୀୟ ସେନାକୁ ଦାନ କରିବାକୁ ଚାହୁଁଛି।” ପହଲଗାମ ଆତଙ୍କବାଦୀ ହମଲାରେ ନିହତ ପରିବାରକୁ ମଧ୍ୟ ମ୍ୟାଚ୍ ଫି’ ଦାନ କରିବେ।
ଭାରତୀୟ କ୍ରିକେଟ୍ ଟିମ ମୋଟ ୯ ଥର ଏସିଆ କପ୍ ଟ୍ରଫି ଜିତିଛି, ଯେଉଁଥିରେ ୭ ଥର ଓଡ଼ିଆଇ ଫର୍ମାଟ୍ ଏବଂ ୨ ଥର ଟି-୨୦ ଫର୍ମାଟ୍ ସାମିଲ ରହିଛି। ଭାରତ ହେଉଛି ସବୁଠାରୁ ଅଧିକ ଥର ଏସିଆ କପ୍ ଜିତିଥିବା ଟିମ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମ ୬ ଥର ଏବଂ ପାକିସ୍ତାନ ଟିମ ମାତ୍ର ୨ ଥର ଏସିଆ କପ୍ ଟ୍ରଫି ଜିତିଛି।